
ବିଜେଡିରେ ଯୋଗ ଦେଲେ ଭୃଗୁ ବକ୍ସିପାତ୍ର । ଶହ ଶହ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି ଭୃଗୁ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଦୁଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଆଜି ସକାଳେ ବିଜେପିରୁ ଇସ୍ତଫା ଦେଇଥିଲେ ଭୃଗୁ ।

ଶଙ୍ଖ ଫୁଙ୍କିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ବିଜେପିରୁ ଇସ୍ତଫା ଦେବା ପରେ ବୁଧବାର ସେ ବିଜେଡିରେ ସାମିଲ ହେଇଛନ୍ତି । ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ସେ ଶଙ୍ଖ ଫୁଙ୍କିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ କଂଗ୍ରେସ ଟିକେଟରୁ ଲଢି ସାଲେପୁର ବିଧାୟକ ହେଇଥିଲେ ପ୍ରକାଶ ବେହେରା ।
ହେଲେ ଏହାପରେ ୨୦୧୯ ବେଳକୁ ସେ ପଟ୍ଟ ପରିବର୍ତ୍ତନ କରିବା ସହ ପଦ୍ମ ଶିବିରରେ ସାମିଲ ହେଇଥିଲେ । ୨୦୧୯ ନିର୍ବାଚନରେ ବିଜେପି ପ୍ରକାଶଙ୍କୁ ସାଲେପୁରରୁ ଟିକେଟ୍ ମଧ୍ୟ ଦେଇଥିଲା । ହେଲେ ପୂର୍ବ ଭଳି କିନ୍ତୁ ବିଜୟର ବାନା ଉଡାଇ ପାରିନଥିଲେ ପ୍ରକାଶ ।

