ଭାଦବ ହାଂସଦାଙ୍କ ଉପରେ ଭରସା କଲା ବିଜେପି ଦଳ ।ଭାଦବ ହାଂସଦା ୨୦୧୪ରେ ମୟୂରଭଂଜ ଜିଲ୍ଲା ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହେଇଥିଲେ।
ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀରେ ଲଢ଼େଇ ଏବେ ରୋଚକ ସ୍ଥିତିରେ ପହଞ୍ଚି ସାରିଛି। ସାରସକଣା ନିର୍ବାଚନ ମଣ୍ଡଳୀ ଗଠନ ହେବାଠୁ ୨୦୦୯ ମସିହାରେ ଇଂ ରାମଚନ୍ଦ୍ର ହାଁସଦା ପ୍ରଥମେ ଏନସିପିରୁ ଲଢ଼ି ବିଜୟୀ ହୋଇଥିବା ବେଳେ ୨୦୧୪ରେ ଜେଏମ୍ଏମରୁ ଆସି ଭାଦବ ହାଁସଦା ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ।
ଜେଏମ୍ଏମ୍ ଭୋଟ ବ୍ୟାଙ୍କକୁ ଭାଙ୍ଗି ଭାଦବ ଗତ ନିର୍ବାଚନରେ ମଇଦାନରେ ପ୍ରତିଦ୍ବନ୍ଦ୍ବୀ ରାମଚନ୍ଦ୍ର ମୁର୍ମୁଙ୍କୁ ସ୍ବଳ୍ପ ବ୍ୟବଧାନରେ ମାତ୍ ଦେଇଥିଲେ। ମୟୂରଭଂଜ ଜିଲ୍ଲା ହେଉଛି ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା । ବିଜେପି ନିଜ ଦଳକୁ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ଚାଲିଛି ପ୍ରୟାସ। ବିଜେପି ନିଜ ଦଳକୁ ଆହୁରି ମଜବୁତ ଓ କର୍ମୀମାନଙ୍କୁ ସକ୍ରିୟ କରିବା ପାଇଁ ଉଦ୍ୟମ ଜାରି ରଖିଛି।
ଭୁବନେଶ୍ବରର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଜୁଏଲ ଓରାମଙ୍କ ନେତୃତ୍ବରେ ମିଶ୍ରଣ ପର୍ବରେ ବିଜେଡି ଦଳରୁ ପୂର୍ବତନ ବିଧାୟକ ଭାଦବ ହାଁସଦାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ବିଜେପିରେ ଯୋଗଦାନ କରିଥିଲେ। ଦୁଇଟି ପର୍ଯ୍ୟାୟରେ ବିଜେପି ମୋଟ ୧୩୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।
ଆହୁରି ୧୬ଟି ଆସନ ପାଇଁ ବିଜେପି ନାଁ ଘୋଷଣା କରି ନାହିଁ। ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିସାରିଛି।

