ନିଆଳି ପାଇଁ ନମ୍ବର ୱାନ ନେତା ପ୍ରଫେସର ଡା. ପ୍ରମୋଦ କୁମାର ମଲ୍ଲିକ । ନିଆଳି ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରଠାରୁ ସେଠି ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି ଡାକ୍ତର ପ୍ରମୋଦ ମଲ୍ଲିକ ପୁଣି ଥରେ ନିଆଳିବାସୀଙ୍କ ଭରସା ଜିତି ୪ର୍ଥ ଥର ପାଇଁ ବିଧାୟକ ହେବା ନେଇ ଚର୍ଚ୍ଚା ସର୍ବାଗ୍ରେ ରହିଛି । ୨୦୨୪ ରାଜନୀତି ମୈଦାନରେ ଲଗାତାର ଚତୁର୍ଥ ଥର ପାଇଁ ପ୍ରମୋଦଙ୍କୁ ନିଆଳି ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିଆଳିରେ ପ୍ରମୋଦଙ୍କ ୧୫ ବର୍ଷର କାର୍ଯ୍ୟାକାଳ ମଧ୍ୟରେ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କର ଅହରହ ଉଦ୍ୟମ ହିଁ ତାଙ୍କ ପକ୍ଷରେ ବିପୁଳ ଜନମତର ପ୍ରମୁଖ କାରଣ ସାଜିବ ।
ନିଜର ଲୋକପ୍ରିୟତା, ସାଂଗଠନିକ ସାମର୍ଥ୍ୟରେ ଭରସା, ଅଞ୍ଚଳବାସୀଙ୍କ ପ୍ରିୟଭାଜନ ହେବାରେ ଦୀର୍ଘତା ଥିବା ରାଜନେତାଙ୍କ ମଧ୍ୟରୁ ପ୍ରମୋଦ ମଲ୍ଲିକ ଅନ୍ୟତମ । ଦୂରଦୃଷ୍ଟିସମ୍ପନ୍ନ, ସ୍ଥିରତା, ଚ୍ୟାଲେଞ୍ଜ ଗ୍ରହଣ ଏବଂ ନିଷ୍ଠା ସହିତ ଜନତାଙ୍କ ସେବା ତଥା ପ୍ରେରଣାଦାୟକ ନେତୃତ୍ୱ କ୍ଷମତା, ଏବଂ ସାଥୀ ନେତା ଓ କର୍ମୀଙ୍କ ବିଶ୍ୱାସଭାଜନ, ବିଜୟର ଆତ୍ମବିଶ୍ୱାସ ଏବଂ ଅନ୍ୟମାନଙ୍କୁ ପ୍ରେରିତ କରିବା ଭଳି ରାଜନୈତିକ ବିରଳ ଗୁଣ କାରଣରୁ ତିନି ତିନି ଥର ବିଧାୟକ ହେବା ପରେ ମଧ୍ୟ ଏବେ ବି ନିର୍ବାଚନମଣ୍ଡଳୀର ଭୋଟର, ସାଧାରଣ ଜନତା ଓ ଦଳର ମୁଖିଆଙ୍କ ପ୍ରଥମ ପସନ୍ଦ ଡା. ପ୍ରମୋଦ କୁମାର ମଲ୍ଲିକ । ୨୦୦୯ ପରେ ବିଧାୟକ ହେବା ପରେ ନିଆଳି ନିର୍ବାଚନମଣ୍ଡଳୀର ସ୍ୱରୂପ ବଦଳାଇବା ପାଇଁ ପ୍ରତିଜ୍ଞାବଦ୍ଧ ପ୍ରମୋଦଙ୍କ ପାଇଁ ଆଜି ୧୫ ବର୍ଷ ପରେ ନିଆଳି ଦେଖିଛି ଅଭୁତପୂର୍ବ ପରିବର୍ତ୍ତନ ।
ଚଳିତ ନିର୍ବାଚନରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ମୁଦ୍ଦା କରିବା ସହ ୧୫ ବର୍ଷ ଶାସନ କାଳରେ ନିଆଳିକୁ ବିକାଶ ଦିଗରେ ଅଗ୍ରଗତି କରିବାରେ ପ୍ରମୁଖତାକୁ ଭୋଟରଙ୍କ ନିକଟରେ ପହଞ୍ଚାଇବେ । ଅଞ୍ଚଳର ରାସ୍ତା,ଘାଟ,ପାନୀୟ ଜଳ, ସ୍କୁଲ, କଲେଜ, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଭଳି ଅନେକ କଲ୍ୟାଣକାରୀ ଯୋଜନାରେ ସାଧାରଣ ଲୋକଙ୍କୁ ସାମିଲ କରିବା, ନିଆଳି ମହୋତ୍ସବ, କୋର୍ଟ, ଆଦର୍ଶ ବିଦ୍ୟାଳୟ, ମିଶନ ଶକ୍ତି କାଫେ, ମଠ, ମନ୍ଦିର ତଥା ଧାର୍ମିକସ୍ଥଳୀର ସୌନ୍ଦର୍ଯ୍ୟକରଣ, ଗାଁ ଗାଁରେ ଆଲୋକୀକରଣ, ସ୍ୱଚ୍ଛ ଜଳ ଯୋଗାଣ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ କରିବାରେ ପ୍ରମୋଦଙ୍କ ପ୍ରଚେଷ୍ଠା ତାଙ୍କୁ ଜନପ୍ରିୟ କରାଇଛି । ଫଳରେ ତାଙ୍କ ପ୍ରତି ନିଆଳିବାସୀଙ୍କ ବିପୁଳ ସମର୍ଥନ ତାଙ୍କୁ ପୁଣିଥରେ ଦଳ ତରଫରୁ ଟିକେଟ ପ୍ରଦାନ କରିବା ସହ ବିଜୟ ପ୍ରତିଶତ ଶତପ୍ରତିଶତ ଥିବା ନେଇ ଚର୍ଚ୍ଚା ହେଉଛି । ଏହାସହ ଟିକେଟ ପାଇବା ପରେ ପ୍ରଫେସର ଡା. ପ୍ରମୋଦ କୁମାର ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ଏବଂ ତାଙ୍କୁ ଚତୁର୍ଥ ନିଆଳି ବିଧାନସଭାରୁ ବିଜୟୀ କରିବା ପାଇଁ ନିବେଦନ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ୨୦୦୯ ମସିହାରେ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଡାକ୍ତର ଜୀବନରୁ ରାଜନୀତି ମଇଦାନକୁ ଏଣ୍ଟ୍ରି କରିଥିଲେ । ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ନିଆଳି ବିଧାନସଭାରୁ ହ୍ୟାଟ୍ରିକ ବିଜୟୀ ହୋଇ ସାରିଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ନିଆଳି ବିଧା ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୧୯ ନିର୍ବାଚନ ପ୍ରମୋଦ କୁମାର ମଲ୍ଲିକ ୯୪ହଜାର ୦୧୩ ଖଣ୍ତ ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସରୁ ପୂର୍ବରୁ ଲଢ଼ୁଥିବା ଛବି ମଲ୍ଲିକ ବିଜେପି ଟିକେଟରୁ ଲଢ଼ି ୬୬ହଜାର ୩୧୦ ଖଣ୍ତ ଭୋଟ୍ ପାଇ ପରାଜୟର ସମ୍ମୁଖନ ହୋଇଥିଲେ।

