ତେଲକୋଇର ତ୍ରାଣକର୍ତ୍ତା ଫକୀର ମୋହନ

ଦେହର ଯତ୍ନ ନେଉଥିବା ଦ୍ବିତୀୟ ଭଗବାନ ଜଣଙ୍କ ଯେବେ ସମାଜର ଯତ୍ନ ନେବାକୁ ଆଗେଇ ଆସନ୍ତି ସେତେବେଳେ ଏକ ନୂଆ କାହାଣୀ ଲେଖାହୁଏ । ସେବାର ସୂତ୍ରରୁ ନୂଆ ସନ୍ଦେଶଟିଏ ଜନ୍ମଲାଭ କରେ । ଏମିତି ଏକ ବାର୍ତ୍ତା ନେଇ କେନ୍ଦୁଝର ଜିଲ୍ଲା ରାଜନୀତିରେ ନୂତନତ୍ବର ନାୟକ ଭାବେ ଅବତୀର୍ଣ୍ଣ ନେତା ହେଉଛନ୍ତି ଫକୀର ମୋହନ ନାଏକ। ପେଶାରେ ସେ ଜଣେ ଡାକ୍ତର। ହେଲେ ଲୋକଙ୍କ ଭଲପାଇବା ଆଜି ତାଙ୍କୁ ବନାଇଦେଇଛି ବିଧାୟକ। ତେଲକୋଇବାସୀଙ୍କ ଅକୁଣ୍ଠ ସମର୍ଥନ ଓ ସ୍ନେହ ହାସଲ କରି ପ୍ରଥମ ଥର ବିଧାୟକ ହେବାର ସୁଯୋଗ ଲାଭ କରିଛନ୍ତି ଫକୀର । ଡାକ୍ତରରୁ ରାଜନେତା ଭାବେ ଏକ ଭିନ୍ନ ଯାତ୍ରାର ନାୟକ ସାଜି ସମସ୍ତଙ୍କର ହୃଦୟ ଜିଣିଥିବା ରାଜନେତା ଭାବେ ପରିଚିତ ଓ ପ୍ରତିଷ୍ଠିତ ହୋଇପାରିଛନ୍ତି ଫକୀର ନାଏକ ।

ତୋଲକୋଇ । କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ନିର୍ବାଚନମଣ୍ଡଳୀଟିଏ । ଏଇଠି ନିଜ ସେବା ଭାବନାର ପୁଞ୍ଜିକୁ ବିନିଯୋଗ କରିଥିଲେ ଫକୀର। ମାଆମାଟିର ସେବା ପାଇଁ କଠୋର ସକଳ୍ପ ନେଇ ପିଲାଟି ଦିନରୁ ସ୍ବପ୍ନ ଦେଖିଥିଲେ । ସମୟ ଚକ୍ରରେ ମେଧାବୀ ଫକୀର ଜଣେ ଡାକ୍ତରଭାବେ ପ୍ରତିଷ୍ଠିତ ହୁଅନ୍ତି। ଲୋକଙ୍କ ଚିକିତ୍ସା କରି ଢେର ଖ୍ୟାତି ବି ଅର୍ଜନ୍ତି। ତେଲକୋଇ ନିର୍ବାଚନ ମଣ୍ଡଳୀ ଭଳି ଉପାନ୍ତ ଅଞ୍ଚଳରେ ସେ ସମାଜସେବାକୁ ଆଦରି ନିଜ ଜୀବନକୁ ଉତ୍ସର୍ଗ କରିଦେବାକୁ ପଛାଇନଥିଲେ। ପରେ ଡାକ୍ତର ଫକିର ମୋହନ ନାଏକ ଡାକ୍ତରୀ ଚାକିରି ଛାଡି ସମ୍ପୂର୍ଣ୍ଣ ଭାବେ ସମାଜସେବା କ୍ଷେତ୍ରରେ ପାଦ ଥାପିଥିଲେ।

ରାଷ୍ଟ୍ରୀୟ ଭାବନା ନେଇ ବିଜେପି ଦଳରେ ଯୋଗ ଦେଇଥିଲେ ଫକୀର। ଦୀର୍ଘ ଦିନ ଧରି ତେଲକୋଇ ନିର୍ବାଚନ ମଣ୍ଡଳୀରେ ସମାଜ ସେବା ଦ୍ଵାରା ଲୋକଙ୍କ ନିକଟତର ହୋଇଥିଲେ । ତାଙ୍କ ପ୍ରତି ଲୋକଙ୍କ ଭଲପାଇବା ଓ ଭରସା ଦିନକୁ ଦିନ ବଢିବାରେ ଲାଗିଥିଲା । ଡାକ୍ତର ଫକିର ନାଏକ ପୂର୍ବରୁ ୨୦୦୯ ମସିହାରେ ଲୋକସଭା ଆସନରେ ସ୍ୱାଧିନ ଭାବେ ପ୍ରାର୍ଥୀ ହୋଇଥିବା ବେଳେ ୨୦୧୯ରେ କଂଗ୍ରେସ ଦଳ ତାଙ୍କୁ ଟିକଟ ଦେଇଥିଲା । ହେଲେ ସେ ଏହାକୁ ପ୍ରତ୍ୟାଖାନ କରି ବିଜେପି ଦଳ ପାଇଁ କାର୍ଯ୍ୟ ଜାରି ରଖିଥିଲେ । ଫକୀରଙ୍କ ଲୋକପ୍ରିୟତା ଓ ଦଳ ପ୍ରତି ଆନୁଗତ୍ୟ ବିଜେପି ହାଇକମାଣ୍ଡଙ୍କୁ ମଧ୍ୟ ପ୍ରଭାବିତ କରିଥିଲା । ଏହାର ପ୍ରତିଦାନ ସ୍ବରୂପ ଡାକ୍ତର ଫକିର ମୋହନଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବିଜେପି ।
ସାଧାରଣ ଲୋକଙ୍କ ପ୍ରତି ସେବା ଓ ଲୋକସମ୍ପର୍କକୁ ଆଧାର କରି ବିଜେପି ତାଙ୍କୁ ଟିକେଟ ଦେଇଥିଲା । ଲୋକ ଫକୀରଙ୍କୁ କେତେ ଭଲପାଉଥିଲେ ତାହା ଭୋଟରେ ଜଣାଇଦେବା ସହ ଫକୀରଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଫକୀର ମୋହନ ନାଏକ ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ୯୪୩୯ ଭୋଟରେ ପରାଜିତ କରି ବିଜୟୀ ହୋଇଥିଲେ ।

ବିଧାୟକ ହେବା ପରେ ବିକାଶର ନକ୍ସା ଧରି ନୂଆ ତେଲକୋଇ ଗଠନରେ ବ୍ରତୀ ହୋଇଛନ୍ତି ଫକୀର। ବିଧାନସଭାରେ ବଳିଷ୍ଠ ଯୁକ୍ତି ମାଧ୍ୟମରେ ଲୋକଙ୍କ ଦାବି ଉପସ୍ଥାପନ କରିବା ସହ ନିଜ ଅଞ୍ଚଳର ବିକାଶ ପାଇଁ ଧ୍ୟାନ ଦେଉଛନ୍ତି। ଫକୀରଙ୍କ ଭଳି ଜଣେ ବିଧାୟକଙ୍କୁ ପାଇ ତେଲକୋଇ ବାସିନ୍ଦା ବି ବେଶ ଖୁସି ପ୍ରକାଶ କରିଛନ୍ତି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!