ବାଲେଶ୍ୱର ଲୋକସଭା କ୍ଷେତ୍ରରେ ଏଥର କଡ଼ା ଟକ୍କର ଦେଖିବାକୁ ମିଳିବ। ହାଇପ୍ରୋଫାଇଲ୍ ନେତାମାନେ ଏଥର ପରସ୍ପର ବିରୋଧରେ ନିର୍ବାଚନ ମଇଦନାକୁ ଓହ୍ଲାଇଛନ୍ତି। ବିଜେପିରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି ଦୁଇ ଅଭିଜ୍ଞ ନେତାଙ୍କୁ ଚେକ୍ ଦେବାକୁ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ମଇଦାନକୁ ଓହ୍ଲାଇଛି ବିଜୁ ଜନତା ଦଳ । ନିର୍ବାଚନ ମଇଦାନରେ ଲେଖାଶ୍ରୀ ପ୍ରଥମ ଥର ମଇଦାନକୁ ଓହ୍ଲାଇଥିଲେ ମଧ୍ଯ ତାଙ୍କ ନିକଟରେ ଦକ୍ଷତାରେ ଅଭାବ ନାହିଁ । ଖାଲି ବାଲେଶ୍ବର ନୁହେଁ ସାରା ରାଜ୍ଯରେ ସେ ଜଣେ ଚର୍ଚ୍ଚିତ ଚେହେରା । ତାଙ୍କ ଶ୍ବଶୂର ଘର ବାଲେଶ୍ବର ଜିଲ୍ଲାର ନୀଳଗିରି ଅଞ୍ଚଳରେ । ଏଣୁ ଏଠାରେ ଦୁଇ ଅଭିଜ୍ଞଙ୍କୁ ଟକ୍କର ଦେବାକୁ ବିଜେଡି ଲେଖାଶ୍ରୀଙ୍କୁ ଭରସା କରିଥିବା ସୂଚନା ମିଳିଛି । ବାଲେଶ୍ୱର ଆସନରେ ଏଥର ତ୍ରିମୁଖୀ ଲଢେଇ ହେବା ସ୍ପଷ୍ଟ ଜଣାପଡୁଛି।
ବାଲେଶ୍ବର ମଇଦାନରେ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଲାଗି ବିଜେଡିର ଲୋକପ୍ରିୟତା ମୁଖ୍ୟ ଅସ୍ତ୍ର ହେବ । ‘ମା’ଙ୍କୁ ସମ୍ମାନ’ ଓ ନବୀନ ସରକାରଙ୍କ ବିକାଶ ଆଭିମୁଖ୍ଯ ନେଇ ଲେଖାଶ୍ରୀ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଆଗରୁ ଲେଖାଶ୍ରୀଙ୍କର ନିର୍ବାଚନ ଲଢ଼ିବାର ଅଭିଜ୍ଞତା ନାହିଁ। କିନ୍ତୁ ବିଭିନ୍ନ ନିର୍ବାଚନକୁ ସେ ଅତି ପାଖରୁ ଦେଖିଛନ୍ତି ଏବଂ ମଇଦାନରେ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିଛନ୍ତି। ତା’ଛଡ଼ା ଲେଖାଶ୍ରୀ ବିଜେଡିରେ ନୂଆ ଚେହେରା । ନୀଳଗିରିର ସେ ବୋହୂ ହୋଇଥିବାରୁ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ସେ ଚେକ୍ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଲେଖାଶ୍ରୀ ବିଜେପି ସହ ଦୀର୍ଘ ବର୍ଷ ହେଲା ଯୋଡ଼ି ହୋଇ ରହିଥିବାରୁ ସେ ବିଜେପି ଭୋଟ ଭାଗ ଭାଗ କରିବାରେ ସହାୟକ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । ଏଣୁ ଲେଖାଶ୍ରୀଯେ ବାଲେଶ୍ବରରେ ବିଜେପିର ଅଙ୍କ ବିଗାଡ଼ିପାରିବେ ଏହାର ଯଥେଷ୍ଟ ସମ୍ଭାବନା ରହିଛି ।
ଲେଖାଶ୍ରୀ ଜଣେ ଉଚ୍ଚଶିକ୍ଷିତ ମହିଳା । ଜୁଲୋଜିରେ ସେ ପ୍ରଧ୍ଯାପିକା ଥିଲେ । ରାଜନୀତି ପ୍ରତି ରୂଚି ତାଙ୍କୁ ଓଡ଼ିଶାର ରାଜନୀତିକୁ ଟାଣିଆଣିଥିଲା । ଦୀର୍ଘ ବର୍ଷ ଧରି ବିଜେପିରେ ସେ ରହିଛନ୍ତି । ସାରା ରାଜ୍ଯରେ ଲେଖାଶ୍ରୀ ଜଣେ ଚିହ୍ନା ମୁହଁ । ନିଜର ବାକ ଚାତୁରୀ ଓ ରଣକୌଶଳ ପାଇଁ ସବୁଠି ସେ ଚର୍ଚ୍ଚିତ ଆଉ ପରିଚିତ । ହେଲେ ଓଡ଼ିଶା ବିଜେପିରେ ଅସନ୍ତୁଷ୍ଟ ହୋଇ ସେ ବିଜେଡିରେ ଯୋଗଦେଇଛନ୍ତି । ଲେଖାଶ୍ରୀ କହିଛନ୍ତି, ଓଡିଶା ବିଜେପି ଆଉ ଏକ ରାଜନୈତିକ ଦଳ ହୋଇ ରହିନି । ଏହା ଏକ ଜାଗିରଦାରୀ ଦଳରେ ପରିବର୍ତ୍ତନ ହୋଇଛି । ବିଜେପି ଦଳରେ ନେତାମାନଙ୍କ ମଧ୍ୟରେ ଜାଗିର ପାଇଁ ଚାଲିଛି ଲଢେଇ । ନେତାଙ୍କ ଲଢେଇରେ କର୍ମୀମାନେ କାମ କରିବାର ସୁଯୋଗ ନପାଇ ପେଶି ହେଉଛନ୍ତି । କେନ୍ଦ୍ରୀୟ ନେତୃତ୍ୱକୁ ରାଜ୍ୟ ବିଜେପି ନେତାମାନେ ମିଛ କହୁଛନ୍ତି ଓ ଅନ୍ଧାରରେ ରଖି ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୫ ବର୍ଷ ଧରି ରାଜ୍ୟର ବିକାଶ ଓ ଅସ୍ମିତା ପାଇଁ କାମ କରୁଛନ୍ତି । ତେଣୁ ତାଙ୍କ ନେତୃତ୍ବରେ ଓଡିଶାର ବିକାଶ ଧାରାରେ ସାମିଲ ହୋଇ ରାଜ୍ୟ ପାଇଁ କିଛି କାମ କରିବାକୁ ସେ ବିଜେଡିରେ ଯୋଗ ଦେଇଥିବା ଲେଖାଶ୍ରୀ କହିଛନ୍ତି କହିଛନ୍ତି ।
ବାଲେଶ୍ୱର ଲୋକସଭା ଆସନ ଦେଖିଲେ ଏଠାରେ ଭୋଗରାଇ, ଜଳେଶ୍ୱର, ବାଲେଶ୍ୱର, ବସ୍ତା, ବଡ଼ସାହି, ରେମୁଣା ଓ ନୀଳଗିରି ସାମିଲ୍ ରହିଛି। ୨୦୧୯ ନିର୍ବାଚନ ଅନୁସାରେ ବିଧାନସଭା କ୍ଷେତ୍ରରେ ବିଜେଡିର ଭାଗ ୫ ଓ ବିଜେପିର ଭାଗ ୨ । ୨୦୧୯ରେ ବଡ଼ସାହି ଓ ନୀଳଗିରିରେ ବିଜେପି ବିଧାୟକ ରହିଥିଲେ । ଏବେ ନୀଳଗିରି ବିଧାୟକ ବି ବିଜେଡିରେ ସାମିଲ ହୋଇସାରିଛନ୍ତି । ଏଣୁ ଆଗକୁ ବିଜେପି ପାଇଁ ନିର୍ବାଚନ ସେତେଟା ସହଜ ହୋଇନପାରେ ବୋଲି ଆଲୋଚନା ହେଉଛି ।

