ଜୋର ଧରିଛି ନିର୍ବାଚନ ମାହୋଲ। ସବୁଆଡେ ନିର୍ବାଚନର ତାତି।ବିଜେଡି ୨୦୨୪ ସାଧାରଣ ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରେଢ଼ାଖୋଲ ଏବଂ ସମ୍ବଲପୁର ପ୍ରାର୍ଥୀ ଅଦଳବଦଳ କରାଯାଇଛି । ପ୍ରସନ୍ନଙ୍କୁ ବିଜେଡି ରେଢ଼ାଖୋଲରୁ ପ୍ରାର୍ଥୀ କରିଥିବା ବେଳେ ସମ୍ବଲପୁରରୁ ପ୍ରାର୍ଥୀ ହୋଇଛନ୍ତି ରୋହିତ ପୂଜାରୀ । ବିଜେଡି ପୂର୍ବରୁ ରୋହିତ ପୂଜାରୀଙ୍କୁ ରେଢ଼ାଖୋଲରୁ ପ୍ରାର୍ଥୀ କରିଥିଲା ।
ରୋହିତ ପୂଜାରୀ ଜଣେ ଓଡିଶା ରାଜନୀତିଜ୍ଞ । ସେ ଓଡିଶା ରାଜନୀତିରେ ବିଜେଡିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡିଶା ବିଧାନସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ୟ୍ୟ କରୁଛନ୍ତି । ୨୦୦୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରେଢ଼ାଖୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।
ଆସନ୍ତା ନିର୍ବାଚନରେ ରୋହିତ ରେଢ଼ାଖୋଲରୁ ୪୦ ହଜାରରୁ ଅଧିକ ମାର୍ଜିନରେ ଜିତିବେ ବୋଲି ପ୍ରକାଶ କରିଛନ୍ତି । ସେପଟେ ଟିକେଟ ମିଳିବା ପରେ ରୋହିତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଅର୍ପଣ କରିବି । ନିରନ୍ତର ଭାବେ ମୁଖ୍ୟମନ୍ତ୍ରୀ ମୋତେ ବିଭିନ୍ନ ଦାୟିତ୍ୱ ଦେଇ ଆସୁଛନ୍ତି । ଏଥର ମଧ୍ୟ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି । ରେଢ଼ାଖୋଲରୁ ପୁନର୍ବାର ମୋତେ ପ୍ରାର୍ଥୀ କରିଛନ୍ତି । ମୋତେ ବଡ଼ ସୁଯୋଗ ଦେଇଛନ୍ତି । ବହୁତ ବଡ଼ ବ୍ୟବଧାନରେ ଆମେ ଏଥର ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରୁ ଜିତିବୁ । ଲୋକସଭା କ୍ଷେତ୍ରରେ ପ୍ରଣବ ପ୍ରକାଶ ଦାସ ମଧ୍ୟ ବହୁ ବ୍ୟବଧାନ ଭୋଟରେ ଜୟଯୁକ୍ତ ହେବେ ।ସମ୍ବଲପୁର ବିଧାନସଭା ଆସନକୁ ନେଇ ହେଉଥିବା ଚର୍ଚ୍ଚା କେଉଁ ରୂପରେ ସାମ୍ନାକୁ ଆସୁଛି ତାହା ଦେଖିବାକୁ ବାକି ରହିଲା ।

