ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ

ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ । ଓଲିଉଡର ଚର୍ଚ୍ଚିତ ନାୟିକା ବର୍ଷା ପ୍ରିୟଦର୍ଶିନୀ ଗୁରୁବାର ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି ।

ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ବର୍ଷା । ତେବେ ପୂର୍ବରୁ ମଧ୍ୟ ଅନେକ ସମୟରେ ବର୍ଷା ବିଜେଡି ପାଇଁ ପ୍ରଚାର କରୁଥିବା ନଜର ଆସିଛନ୍ତି । ଗତ ସାଧାରଣ ନିର୍ବାଚନ ସମୟରେ ବର୍ଷା ମଧ୍ୟ ବିଜେଡି ପାଇଁ ପ୍ରଚାର କରିଥିଲେ । ହେଲେ ଏବେ କିନ୍ତୁ ସେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି ।

ବିଜେଡିରେ ସାମିଲ ହେଇ ବର୍ଷା କହିଛନ୍ତି, ସେ ନବୀନ ପଟ୍ଟନାୟକଙ୍କ ଫ୍ୟାନ୍, ତାଙ୍କ ପାଇଁ ସେ ଗୋଟିଏ ସିନେମା ମଧ୍ୟ କରିଛି । ନବୀନଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ତାଙ୍କୁ ସବୁବେଳେ ପ୍ରେରଣା ଦେଇଥାଏ । ମୁଖ୍ୟମନ୍ତ୍ରୀ କଥାରେ କମ୍ ଓ କାମ ବେଶି କରନ୍ତି ।

Post Views70 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!