ଆସନ୍ତାକାଲିଠୁ ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ

ରାଜ୍ୟରେ ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ରାଜ୍ୟରେ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି। ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ଏହାର ଘୋଷଣା କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ ରହିବ ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି।

ରାଜସ୍ଵ ମନ୍ତ୍ରୀ କହିଛନ୍ତି ଅଙ୍ଗନବାଡ଼ି ମଧ୍ୟ ଆସନ୍ତାକାଲିଠୁ ଛୁଟି ରହିବ। ସକାଳ ୭ଟାରୁ ସାଢେ ୮ଟା ଯାଏଁ ଚାଲୁଥିବା ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟ ସେମାନଙ୍କ ଘରେ ପହଞ୍ଚାଯିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ତେବେ ଯେଉଁମାନେ ହଷ୍ଟେଲରେ ରହୁଛନ୍ତି ସେହି ଛାତ୍ର-ଛାତ୍ରୀ ହଷ୍ଟେଲରେ ରହି ପଢି ପାରିବେ। ପୂର୍ବ ସୂଚୀ ଅନୁଯାୟୀ, ପରୀକ୍ଷା ଯେଭଳି ଚାଲିବାର ଥିଲା ଚାଲିବ। ନିର୍ଦ୍ଦେଶାନାମା ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ କରାଯାଇଛି।ବେସରକାରୀ ଶିକ୍ଷାନୁଷ୍ଠାନ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଛି। ଯଦି ତାପମାତ୍ରା ହ୍ରାସ ପାଏ ତେବେ ସ୍କୁଲ ଓ କଲେଜ ଖୋଲିବା ପାଇଁ ଆଦେଶ ଦିଆଯାଇପାରେ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

Post Views3 Total Count

Apply Now


This will close in 0 seconds

error: Content is protected !!