ଢେଙ୍କାନାଳ ସଦର ବ୍ଲକ ନାଠୁଆ ଅଞ୍ଚଳରେ ହାତୀ ଉପଦ୍ରବ

ହାତୀ ପଲଙ୍କ ଉତ୍ପାତ। ହଜିଯାଇଛି ଲୋକଙ୍କ ନିଦ। ଭାଙ୍ଗୁଛନ୍ତି ଘରଦ୍ୱାର, ନଷ୍ଟ କରୁଛନ୍ତି ଫସଲ କିଆରି। ଖାଉଛନ୍ତି କମ, ଉଜାଡୁଛନ୍ତି ଅଧିକ। ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ତ୍ରାହି ତ୍ରାହି ଡାକୁଛନ୍ତି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ନାଠୁଆ ଗାଁ ଲୋକ। ଧାନ ଫସଲକୁ ଦଳି ମକଚି ନାରଖାର କରୁଛନ୍ତି। ସନ୍ଧ୍ୟା ହେଲେ ଘରୁ ପାଦ କାଢ଼ିବାକୁ ଭୟ କରୁଛନ୍ତି ଲୋକ ।

ସନ୍ଧ୍ୟାରୁ ପରଦିନ ସକାଳ ଯାଏ ସମସ୍ତଙ୍କ ଘରେ ତାଟି କବାଟ ପଡିଯାଉଛି। ବେଳେବେଳେ ନିଜ ସୁରକ୍ଷା ପାଇଁ ନିଜେ ଆଗକୁ ବାହାରୁଛନ୍ତି ସ୍ଥାନୀୟ ଲୋକ ।

ନାଠୁଆ ଓ ଆଖପାଖ ଗାଁରେ ଆତଙ୍କ ଖେଳାଉଛନ୍ତି ହାତୀ ପଲ। ଶହ ଶହ ଏକର ଜମିରେ ଧାନ ତଳି ନଷ୍ଟ କରି ଦେଇଛନ୍ତି। ପାଖ ଜଙ୍ଗଲରେ ରହୁଛନ୍ତି ହାତୀ। ସନ୍ଧ୍ୟା ହେବା କ୍ଷଣି ଜନବସତିରେ ପଶୁଛନ୍ତି। ସୋଲାର ଫେନସିଂକୁ ବି ମାନୁ ନାହାନ୍ତି। ଲୋକ ଅଭିଯୋଗ କରିଛନ୍ତି, ହାତୀଙ୍କୁ ଘଉଡ଼ାଇବା ପାଇଁ ବିଶେଷ ପଦକ୍ଷେପ ନେଉ ନାହିଁ ବନ ବିଭାଗ ।ସେପଟେ ବନ ବିଭାଗ କହିଛି, ଗତିବିଧି ଉପରେ ବନବଭାଗ ନଜର ରହିଛି। ସର୍ଭେ ପରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ। ବର୍ଷା ଯୋଗୁ ଏଥର ବିଳମ୍ବରେ ଚାଷ ଆରମ୍ଭ ହୋଇଥିଲା । ଯାହା କିଛି ହୋଇଥିଲା ହାତୀ ନଷ୍ଟ କରିବାରୁ ଚାଷୀଙ୍କ ଚିନ୍ତା ବଢିଛି ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!