୭ମ ଥର ଭାଗ୍ୟପରୀକ୍ଷା କରିବେ ଦେବୀ

ବଡ଼ମ୍ବାରୁ ଲଗାତାର ୬ଥର ଜିତି ବିଧାୟକ ହୋଇଥିବା ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏଥର ୭ମଥର ପାଇଁ ବିଜେଡି ଟିକେଟରେ ଭାଗ୍ୟପରୀକ୍ଷା କରିବାକୁ ଯାଉଛନ୍ତି। ଅନ୍ୟପଟେ ପ୍ରତି ନିର୍ବାଚନରେ ଏଠାରୁ ବିଜେପି ଓ କଂଗ୍ରେସ, ପ୍ରାର୍ଥୀ ବଦଳାଉଛନ୍ତି। ଅନ୍ୟପଟେ ପ୍ରତି ନିର୍ବାଚନରେ ଏଠାରୁ ବିଜେପି ଓ କଂଗ୍ରେସ, ପ୍ରାର୍ଥୀ ବଦଳାଉଛନ୍ତି।

ସ୍ବେଚ୍ଛାକୃତଭାବେ ଚାକିରିରୁ ଅବସର ନେଇ ରାଜନୀତିରେ ପାଦ ଥାପିଥିବା ଆଇଆରଏସ୍ ଅଧିକାରୀ ସମ୍ବିତ୍ ତ୍ରିପାଠୀଙ୍କୁ ଏଥର ବିଜେପି ପ୍ରାର୍ଥୀ କରିଛି। ଅନ୍ୟପଟେ ଛାତ୍ର ରାଜନୀତିରୁ ସାମାଜିକ ଜୀବନ ଆରମ୍ଭ କରିଥିବା ସଞ୍ଜୟ କୁମାର ସାହୁଙ୍କୁ କଂଗ୍ରେସ ଏଥର ପ୍ରାର୍ଥୀ କରିଛି। ଉଭୟ ବିଜେପି ଓ କଂଗ୍ରେସ ଶିବିରରେ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଦେବୀ ପ୍ରସାଦ ୧୯୯୫ରୁ ଲଗାତାର ବିଧାୟକ ନିର୍ବାଚିତ ହୋଇଆସୁଛନ୍ତି।

ଏକାଧିକ ଥର ରାଜ୍ୟ ସରକାରରେ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ବି ରହିଛନ୍ତି। ରାଜ୍ୟ ସରକାର ଅଞ୍ଚଳରେ କରିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ନେଇ ସେ ଲୋକଙ୍କ ସମର୍ଥନ ଲୋଡିବେ ବୋଲି ଦେବୀ କହିଛନ୍ତି। ବଡ଼ମ୍ବା ନରସିଂହପୁରର ଜନସାଧାରଣ ତାଙ୍କୁ ସବୁ ବେଳେ ଆଶୀର୍ବାଦ ଦେଇ ଆସିଛନ୍ତି, ଏଥର ବି ଆଶୀର୍ବାଦ ଓ ସମର୍ଥନ ରହିବ ବୋଲି ଶ୍ରୀ ମିଶ୍ର ଆଶା କରିଛନ୍ତି। ଦେବୀ ପ୍ରସାଦ ମିଶ୍ର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ଏବଂ ପୂର୍ବରୁ ସେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।

ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ଅନ୍ୟପଟେ ଦେବୀଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ସମ୍ବିତ୍ ତ୍ରିପାଠୀ ଚଳିତ ନିର୍ବାଚନରେ ସେ ଚିନିକଳ ପୁନରୁଦ୍ଧାର, କୃଷି ଓ ରୋଜଗାର ସମସ୍ୟାକୁ ପ୍ରସଙ୍ଗ କରିବା ସହିତ ମୋଦୀଙ୍କ ଗ୍ୟାରେଣ୍ଟି, ବିସ୍ଥାପନ, ରେଳ ସଂଯୋଗୀକରଣ, ପ୍ରଧାନମନ୍ତ୍ରୀ ଜନକଲ୍ୟାଣକାରୀ ଯୋଜନା ନିର୍ବାଚନମଣ୍ଡଳୀରେ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହେଉ ନଥିବା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି। କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସଞ୍ଜୟ କୁମାର ସାହୁ ଗତ ନିର୍ବାଚନରେ ତାଙ୍କୁ ଟିକେଟ୍ ନମିଳିବାରୁ ଏହାର ପ୍ରତିବାଦରେ କଂଗ୍ରେସ ଦଳ ଛାଡ଼ିଥିଲେ।

ଦୁଇମାସ ତଳେ ତାଙ୍କର ଘରବାହୁଡ଼ା ହୋଇଛି। ବଡମ୍ବା ଚିନିକଳର ପୁନରୁଦ୍ଧାର, ନରସିଂହପୁରରେ କିଡ୍ନି ଚିକିତ୍ସା ହସ୍ପିଟାଲ, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରୁ ନରସିଂହରପୁରର ୧୨ଟି ପଞ୍ଚାୟତକୁ ବାଦ୍ ଦେବା, ବଡମ୍ବା ନରସିଂହପୁର ନୂତନ ଶିଳ୍ପ ପ୍ରତିଷ୍ଠା ତାଙ୍କର ମୁଖ୍ୟ ପ୍ରସଙ୍ଗ ହେବ ବୋଲି ସଞ୍ଜୟ କହିଛନ୍ତି।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!