ଲୋକାର୍ପିତ ହେଲା ବିଜୁ ଆଦର୍ଶ କଲୋନୀ । ୧୦୧୦ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏସବୁକୁ ଉତ୍ସର୍ଗ କରିଛନ୍ତି । ଆଉ ବସ୍ତି ନୁହେଁ ଏଣିକି ବିଜୁ ଆଦର୍ଶ କଲୋନୀ । ଆଦର୍ଶ ବସତିରେ ବାସ କରିବେ ସହରର ଗରିବ । ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ବପ୍ନ ବାସ୍ତବତାରେ ପରିଣତ ହୋଇଛି । ବିଜୁ ଆଦର୍ଶ କଲୋନୀରେ ଲୋକଙ୍କୁ ସମସ୍ତ ମୌଳିକ ଭିତ୍ତିଭୂମି ସହିତ ଆଦର୍ଶ ବସତି ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ପେଭର ରାସ୍ତା ସହିତ, ଡ୍ରେନେଜ, ଘରେ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ, ଉତ୍ତମ ପରିମଳ ବ୍ୟବସ୍ଥା ସହିତ ବିଦ୍ୟୁତ ସଂଯୋଗୀକରଣ, ରାସ୍ତାର ଆଲୋକୀରଣ, ପିଲାମାନଙ୍କ ପାଇଁ ଖେଳ ସୁବିଧା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି ।
Related Posts
ଭିକ୍ଟୋରିଆ କଜେର ହେଲେ ମିସ୍ ୟୁନିଭର୍ସର ବିଜେତା
ମିସ ୟୁନିଭର୍ସ ୨୦୨୪ ବିୟୁଟି କଣ୍ଟେଷ୍ଟର ୭୩ତମ ସଂସ୍କରଣ ମେକ୍ସିକୋର ଆରେନା ସିଡିଏମଏକ୍ସ, ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଥିଲା ।…
ଥାନାରେ ସିସିଟିଭି ନ ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ
ହାଇକୋର୍ଟରେ ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲା । ସିସିଟିଭି ନ ଥିବାରୁ ହାଇକୋର୍ଟଙ୍କ ଉଦବେଗ । ଥାନାରେ ସିସିଟିଭି…
ପରୀକ୍ଷାରେ ଅନିୟମିତତା କଲେ ଦୋଷୀଙ୍କୁ ୫ ବର୍ଷ ଜେଲ୍
ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ବୁଧବାର ଅପରାହ୍ନରେ ଲୋକସେବା ଭବନର ୩ୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।…

