ଆଥଲେଟ୍ କିଶୋର ଜେନାଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା: ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତକୁ ଐତିହାସିକ ସଫଳତା। ପ୍ରଥମ କରି ଫାଇନାଲ ମ୍ୟାଚରେ ତିନି ତିନି ଜଣ ଭାରତୀୟ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ ପାଇଛନ୍ତି। ଆଉ ତା ସାଙ୍ଗକୁ ଦେଶକୁ ମିଳିଛି ଗୋଲ୍ଡ ମେଡାଲ୍।
୪୦ ବର୍ଷର ଯାତ୍ରାରେ ପ୍ରଥମ କରି ଭାରତକୁ ମିଳିଛି ଏହି ସଫଳତା। ଏହି ସଫଳତାରେ କେବଳ ଭାରତ ନୁହେଁ ଓଡିଶା ବି ଝୁମି ଉଠୁଛି। କାରଣ ପୁରୀ ବ୍ରହ୍ମଗିରିର କିଶୋର ଜେନା ଏହି ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ଜାଭଲିନ ଥ୍ରୋରେ ପ୍ରତିଦ୍ୱନ୍ଦିତା କରିଥିଲେ। ଫାଇନାଲରେ ପଦକ ହାସଲ କରିପାରିନଥିଲେ ବି ନିରାଶ କରିନାହାନ୍ତି କିଶୋର। ତାଙ୍କ ପ୍ରଦର୍ଶନ ଦେଶ ତଥା ଓଡିଆ ପ୍ରଶଂସକଙ୍କ ହୃଦୟ ଜିତିପାରିଛି ।
ନିଜର ୫ମ ପ୍ରୟାସରେ ୮୪.୭୭ ମିଟର୍ ଜାଭଲିନ୍ ଫିଙ୍ଗି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଥିସହ ସେ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ।

