ଜିନ୍ଦଲ ଷ୍ଟେନଲେସ ଲିମିଟେଡ୍ କୁ ଗ୍ରୀନଟେକ କ୍ବାଲିଟି ପୁରସ୍କାର

ଜିନ୍ଦଲ ଷ୍ଟେନଲେସ ଲିମିଟେଡ୍ (ଜେଏସ୍ଏଲ୍)କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷ କରି ଗୁଣାତ୍ମକ ଉନ୍ନତି ବର୍ଗ ଅଧୀନରେ ଜେଏସ୍ଏଲ୍ର କଳିଙ୍ଗନଗର ୟୁନିଟ୍ (ପ୍ଲାଣ୍ଟ)କୁ ସମ୍ମାନ ଜନକ ଗ୍ରୀନ୍ଟେକ କ୍ବାଲିଟି ଏବଂ ଇନୋଭେଶନ ଆୱାର୍ଡ-୨୦୨୩ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ପୁରସ୍କାର ବିତରଣ ଉତ୍ସବରେ ଆସାମର ପୂର୍ବତନ ରାଜ୍ୟପାଳ ଜଗଦୀଶ ମୁଖୀ ମୁଖ୍ୟ ଅତିଥି, ଗ୍ରୀନ୍ଟେକ ଫାଉଣ୍ଡେଶନର ଅଧ୍ୟକ୍ଷ କମଲେଶ୍ୱର ଶରଣ ଏବଂ ପୂର୍ବତନ ସାଂସଦ ମହାବଳ ମିଶ୍ର ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ।

ବିଶେଷ କରି ଉତ୍କର୍ଷ ପାଇଁ ଉତ୍ସର୍ଗୀକୃତର ଏକ ପ୍ରମାଣ, ଶୀର୍ଷ ସ୍ତରୀୟ ଗୁଣବତ୍ତା ଏବଂ ଅଭିନବ ବର୍ଗରେ କ୍ରମାଗତ ୨ୟ ଥର ପାଇଁ ଜେଏସ୍ଏଲ୍ ଏହି ପୁରସ୍କାର ହାସଲ କରିଛି। ସୂଚନାଯୋଗ୍ୟ ନୂଆଦିଲ୍ଲୀ ଗ୍ରୀନ୍ଟେକ ଫାଉଣ୍ଡେଶନ୍ ଦ୍ୱାରା ଉକ୍ତ ପୁରସ୍କାର ସମୁଦାୟ ଗୁଣବତ୍ତା ଏବଂ ଅଭିନବତା କ୍ଷେତ୍ରରେ ଅତୁଳନୀୟ ସଫଳତା ଉପରେ ପ୍ରଦାନ କରାଯାଉଛି। ଗୋଡ୍ରେଜ୍, ପାର୍ଲେ, ଜେଏସ୍ଡବ୍ଲ୍ୟୁ ସିମେଣ୍ଟ, ଏସୀୟ ପେଣ୍ଟସ୍, ଏନ୍ଟିପିସି, ଓଏନ୍ଜିସି, ଏଲ୍ ଆଣ୍ଡ ଟି, ଭାରତ ପେଟ୍ରୋଲିୟମ ଏବଂ ଅନ୍ୟ କେତେକ ଖ୍ୟାତିସମ୍ପନ୍ନ ସଂସ୍ଥା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!