ନିଯୁକ୍ତି ସୁଯୋଗ: ସେମିକଣ୍ଡକ୍ଟରକୁ ନେଇ ୩ଟି ଏମ୍‌ଓୟୁ

ଓଡ଼ିଶାକୁ ସେମିକଣ୍ଡକ୍ଟର ହବ୍ରେ ପରିଣତ କରିବା ଲାଗି ‘ଓଡ଼ିଶା ଫର ସିଲିକନ-୨୦୨୩’ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ କହିଥିଲେ ଯେ ଏକ ଉତ୍ସାହଜନକ ସେମିକଣ୍ଡକ୍ଟର ବ୍ୟବସ୍ଥା ଗଢ଼ିତୋଳିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ। ନୂଆ ଉଦ୍ଭାବନ ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସହିତ ତିନିଟି ଗୁରୁତ୍ବପୂର୍ଣ୍ଣ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର ହୋଇଥିଲା।

ଇଣ୍ଡିଆନ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ସେମିକଣ୍ଡକ୍ଟର ଆସୋସିଏସନ (ଆଇଇଏସ୍ଏ), ସେମିକଣ୍ଡକ୍ଟର କଂପାନି ସିନୋପ୍ସିସ୍ ଏବଂ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ପ୍ୟୁଟର ସଫ୍ଟୱେର ଏକ୍ସପୋର୍ଟ ପ୍ରମୋସନ କାଉନ୍ସିଲ୍ ସହ ଏହି ବୁଝାମଣା ହୋଇଛି। ବୁଝାମଣା ଅନୁସାରେ ଆଇଇଏସ୍ଏ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବ। ସେହିପରି, ସିନପ୍ସିସ୍ ତରଫରୁ ଓ-ଚିପ୍ କାର୍ଯ୍ୟକ୍ରମ, ପ୍ରତିଭା ଓ ଶ୍ରମଶକ୍ତି ବିକାଶ, ସେମିକଣ୍ଡକ୍ଟର ଓ ଭିଏଲ୍ଏସ୍ଆଇରେ ରାଜ୍ୟର ପ୍ରସ୍ତୁତି ଆକଳନ ଏବଂ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ଓ ପ୍ଲେସ୍ମେଣ୍ଟ୍ ସହାୟତା ଆଦିରେ ସହଯୋଗ ପ୍ରଦାନ କରାଯିବ। ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ପ୍ୟୁଟର ସଫ୍ଟୱେର ଏକ୍ସପୋର୍ଟ ପ୍ରମୋସନ କାଉନ୍ସିଲ୍କୁ ରାଜ୍ୟ ସରକାର କାର୍ଯ୍ୟାଳୟ ପରିସର ପ୍ରଦାନ କରିବେ।

ଏଥି ସହିତ ଆଜି ଆଇଇଏସ୍ଏ ଓଡ଼ିଶା ଚାପ୍ଟର ଓ କ୍ୟାମ୍ପସ କନେକ୍ଟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଅବସରରେ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ରାଜ୍ୟରେ ଥିବା ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସଚିବ ପ୍ରଦୀପ ଜେନା, ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, ଦକ୍ଷତା ବିକାଶ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ଆଇଟି ବିଭାଗର ସ୍ବତନ୍ତ୍ର ସଚିବ ମାନସ ପଣ୍ଡା ଓ ବିଭିନ୍ନ କଂପାନିର ପ୍ରତିନିଧି ଓ ୭୫୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!