ଇଣ୍ଡିଆନ୍ ବ୍ୟାଙ୍କର ନୂତନ ଆଞ୍ଚଳିକ ମୁଖ୍ୟ

ଉପ-ମହାପ୍ରବନ୍ଧକ ସଚ୍ଚିକାନ୍ତ ଦାସ ଇଣ୍ଡିଆନ୍ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଦାସ ବ୍ୟାଙ୍କର କର୍ପୋରେଟ୍ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ବିଭାଗର ଉପ-ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ।
ବିଶେଷକରି ୨୭ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଦାସ ବ୍ୟାଙ୍କର ବିଭିନ୍ନ ଶାଖା, ଆଞ୍ଚଳିକ କାର୍ଯ୍ୟାଳୟ ଏବଂ କର୍ପୋରେଟ୍ କାର୍ଯ୍ୟାଳୟ ଆଦିରେ କାର୍ଯ୍ୟ କରିଛନ୍ତି। ସେହିଭଳି ପୂର୍ବରୁ ମଧ୍ୟ ସେ କୋଲକାତାଠାରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ବିଭାଗର ସହାୟକ ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଉପ-ମହାପ୍ରବନ୍ଧକ ସଚ୍ଚିକାନ୍ତ ଦାସ କହିଛନ୍ତି, ରିଟେଲ୍, କୃଷି ଓ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଗୁରୁତ୍ୱ ଦେବା ସହ ଉନ୍ନତମାନର ଗ୍ରାହକସେବା ଯୋଗାଇଦେବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ଦାସ ମତପ୍ରକାଶ କରିଛନ୍ତି।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!