ତୃତୀୟ ଦିନ ପଡ଼ିଆକୁ ଓହ୍ଲାଇବେନି ରୋହିତ

ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍ର ଦ୍ବିତୀୟ ଦିନ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ କୀର୍ତ୍ତିମାନର ଦିନ ଥିଲା। ଧର୍ମଶାଳାର ଏଚ୍ପିସିଏ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ରୋହିତ ଦ୍ବାଦଶ ଟେଷ୍ଟ୍ ଶତକ ଅର୍ଜନ କରିଥିଲେ।

୧୬୨ ବଲ୍ର ସମ୍ମୁଖୀନ ହୋଇ ୧୩ ଚୌକା ଓ ୩ ଛକା ସହାୟତାରେ ସେ ୧୦୩ ରନ୍ ସଂଗ୍ରହ କରି ଆଉଟ୍ ହୋଇ ଯାଇଥିଲେ। ହେଲେ ଏହାରି ଭିତରେ କିନ୍ତୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା। ଦଳର କ୍ୟାପଟେନ୍ ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ବିସିସିଆଇ ଟୁଇଟ୍ କରିବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଖେଳପ୍ରେମୀ।

ବିସିସିଆଇ ପକ୍ଷରୁ ହୋଇଥିବା ଏକ୍ସ ପୋଷ୍ଟ୍ରେ ଲେଖାଯାଇଛି, ‘‘ସଂପୂର୍ଣ୍ଣ ଫିଟ୍ ନଥିବା କାରଣରୁ ଦଳର କ୍ୟାପଟେନ୍ ରୋହିତ ଶର୍ମା ତୃତୀୟ ଦିନ ଫିଲ୍ଡିଂ କରିବାକୁ ପଡିଆକୁ ଓହ୍ଲାଇବେନି।’’

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!