ବିସିସିଆଇ ଅଧ୍ୟକ୍ଷ ପଦରୁ ରୋଜର ବିନ୍ନିଙ୍କ ଇସ୍ତଫା । ବୋର୍ଡ ଅଧ୍ୟକ୍ଷ ପଦରୁ ସେ ଇସ୍ତଫା ଦେଇଛନ୍ତି । ତେବେ ନୂଆ ଅଧ୍ୟକ୍ଷ ନିର୍ବାଚନ ପର୍ଯ୍ୟନ୍ତ ବର୍ତ୍ତମାନ ସମୟରେ ରାଜୀବ ଶୁକ୍ଲା ବିସିସଆଇର ଅଧ୍ୟକ୍ଷ ରହିବେ ।
ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ମୁତାବକ, ବୁଧବାର ଆପେକ୍ସ କାଉନସିଲ୍ ବୈଠକ ବସିଥିଲା । ଯେଉଁଥିରେ ରାଜୀବ ଶୁକ୍ଲା ଅଧ୍ୟକ୍ଷତା କରିଥିଲେ । ତେବେ ଏଥର ଆପେକ୍ସ କାଉନସିଲ୍ ବୈଠକରେ ମୁଖ୍ୟ ପ୍ରସଙ୍ଗ ରହିଥିଲା ବିସିସିଆଇର ପ୍ରାୟୋଜକ । ନୂଆ ବିଲ୍ ପାସ୍ ହେବା ପରେ ଡ୍ରିମ୍ ୧୧ ଏବେ ବିସିସିଆଇ ସହିତ ଚୁକ୍ତି ବାତିଲ କରିଛି ।
ତେଣୁ ଏଭଳି ସମୟରେ ଏସିଆ କପ୍ ଆରମ୍ଭ ହେଉଥିବାରୁ, ବୋର୍ଡର ଆଗାମୀ ନିଷ୍ପତ୍ତି କଣ ହେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା ।

