ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁ କ’ଣ ଖାଇବେ ଏବଂ କ’ଣ ଖାଇବେ ନାହିଁ

ଜୁଲାଇ ମାସରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ବାବାଙ୍କ ଦର୍ଶନ ପାଇଁ ବ୍ୟାକୁଳ ଶ୍ରଦ୍ଧାଳୁ । ତେବେ ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଓ ମନ୍ଦିର ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ଶ୍ରଦ୍ଧାଳୁଙ୍କ ଖାଦ୍ୟପେୟ ଉପର ବିଶେଷ ଧ୍ୟାନ ଦିଆଯାଇଛି । ଶ୍ରଦ୍ଧାଳୁ କ’ଣ ଖାଇବେ ଏବଂ କ’ଣ ଖାଇବେ ନାହିଁ, ସେନେଇ ମନ୍ଦିର ସ୍ରାଇନ୍ ବୋର୍ଡ ଖାଦ୍ୟ ସୂଚୀକୁ ନେଇ ଏକ ଗାଇନଲାଇନ୍ ଜାରି କରିଛି । ମେନ୍ୟୁରେ କିଛି ଖାଦ୍ୟକୁ ବାଦ୍ ଦିଆଯାଇଛି । ଅମରନାଥ ତୀର୍ଥଯାତ୍ରୀଙ୍କୁ କୋଲ୍ଡ ଡ୍ରିଙ୍ଗ୍ସ, କୁରକୁରେ, ସ୍ନାକ୍ସ, ଡିପ୍ ଫ୍ରାଈ ଏବଂ ଫାଷ୍ଟ ଫୁଡ୍ ଆଈଟମ୍, ଜଲେବୀ, ପୁରୀ, କାବୁଲି ବୁଟ ଏବଂ ସମୋସାକୁ ଖାଇବାକୁ ବାରଣ କରାଯାଇଛି ।
ଶ୍ରୀ ଅମରନାଥ ଜୀ ସ୍ରାଇନ୍ ବୋର୍ଡ ଦ୍ବାରା ବାର୍ଷିକ ଯାତ୍ରାକୁ ନେଇ ଶ୍ରଦ୍ଧାଳୁ ସ୍ବାସ୍ଥ୍ୟ ପରାମର୍ଶ ଦିଆଯାଇଛି । ଖାଦ୍ୟପେୟ ଉପରେ ଶୃଙ୍ଖଳାଗତ ପ୍ରତିବନ୍ଧକ ଲଗାଯାଇଛି । ଯାତ୍ରା ସମୟରେ ତୀର୍ଥ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପ୍ରତି ଯେଉଁ ସବୁ ଖାଦ୍ୟ ହାନିକାରକ ତା’କୁ ଖାଇବାକୁ ବାରଣ କରାଯାଇଛି ।
ମନ୍ଦିର ବୋର୍ଡ ପକ୍ଷରୁ ବିସ୍ତୃତ ଭାବେ ଭୋଜନ ମେନ୍ୟୁ ପ୍ରସ୍ତୁତ କରାଯାଇଛି । ତୀର୍ଥଯାତ୍ରୀଙ୍କ ପାଇଁ ଭୋଜନ ପ୍ରସ୍ତୁତ କରୁଥିବା ସଂସ୍ଥା, ଦୋକନୀ, ଲଙ୍ଗର ବାଣ୍ଟୁଥିବା ସଂସ୍ଥା, ଫ୍ରୁଡ୍ ଷ୍ଟଲ୍ ଓ ଅନ୍ୟ ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ଉପରେ ଏହି ଗାଇଡଲାଇନ୍ ଲାଗୁ ହୋଇଛି । ୧୪ କିଲୋମିଟର ଚ୍ୟାଲେଞ୍ଜ ପୂର୍ଣ୍ଣ ଯାତ୍ରା ସମୟରେ ଅସ୍ବାସ୍ଥ୍ୟକର ଖାଦ୍ୟ ଠାରୁ ଶ୍ରଦ୍ଧାଳୁଙ୍କୁ ଦୂରେଇ ରଖିବାକୁ ଏହି ପଦକ୍ଷେପ ଉଠାଯାଇଛି ।
୨୦୨୨ ଅମରନାଥ ଯାତ୍ରା ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରାୟ ୪୨ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ କେନ୍ଦ୍ର ସରକାର ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ପ୍ରମାଣପତ୍ର ବାଧ୍ୟତାମୂଳକ କରିଥିଲେ । ଯାତ୍ରା ମାର୍ଗରେ ତୀର୍ଥଯାତ୍ରୀଙ୍କ ବିଭିନ୍ନ ସ୍ଥାନରେ ଅକ୍ସିଜେନ ବୁଥ୍ ଖୋଲା ଯାଇଛି ଏବଂ ହସ୍ପିଟାଲର ବ୍ୟବସ୍ଥା ହୋଇଥଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!