କାଲାରିପାୟଟୁକୁ ବଞ୍ଚାଇ ରଖିଛନ୍ତି ଗୁରୁକ୍କଲ, ତାଙ୍କ ପାଖରୁ ପଢି ପିଲା ଏବେ ଆର୍ମିରେ

କାଲାରିପାୟଟୁ ଏକ ପ୍ରାଚୀନ ଯୁଦ୍ଧ କଳା। ଏହି କଳାକୁ ଜୀବିତ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି କେରଳର କେ.ବି ମହମ୍ମଦ ଗୁରୁକ୍କଲ। ତାଙ୍କର ଏହି ଉତ୍ସାହ ଏବେ ଏକ ମିଶନ। କେରଳର କୋଝିକୋଡରେ ଗୁରୁକ୍କଲ ଶହ ଶହ ଛାତ୍ରଛାତ୍ରୀଙ୍କୁ ଏହାର ମାଗଣା ପ୍ରଶିକ୍ଷଣ ଦେଉଛନ୍ତି। ଯୁଦ୍ଧ ସମ୍ବନ୍ଧୀୟ ପ୍ରଶିକ୍ଷଣ ବ୍ୟତୀତ ଗୁରୁକ୍କଲ ଶ୍ୱାସ ଏବଂ ମାଂସପେଶୀ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଧ୍ୟ ତାଲିମ ଦିଅନ୍ତି। ଗୁରୁକ୍କଲ କଲାରୀ କେନ୍ଦ୍ରରୁ ପ୍ରଶିକ୍ଷଣ ନେଇ ଏବେ ପିଲାମାନେ ଆର୍ମି ଏବଂ ପୋଲିସ୍‌ରେ ମଧ୍ୟ ଭର୍ତ୍ତି ହେଉଛନ୍ତି। ଗୁରୁକ୍କଲଙ୍କ କହିବା ଅନୁଯାୟୀ, ଏହା ଏକ ସାଧାରଣ ଭୁଲ ଧାରଣା ଯେ କାଲାରୀ ଯୁଦ୍ଧକ୍ଷେତ୍ର ଏବଂ ଅସ୍ତ୍ରଶସ୍ତ୍ର ସହିତ ଜଡିତ। ମାର୍ଶଲ ଆର୍ଟର ଏହି ଶୈଳୀ ଉଭୟ ଶାରୀରିକ ଏବଂ ମାନସିକ କ୍ଷେତ୍ରରେ ଲୋକଙ୍କୁ ସୁଦୃଢ କରେ।
ଗୁରୁକ୍କଲ ୩୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ କରାଟେ ଏବଂ ଶାରୀରିକ ସୁସ୍ଥତା ପାଇଁ ପ୍ରଶିକ୍ଷଣ ଦେଇସାରିଛନ୍ତି। “କଲାରିପାୟଟ୍”, ‘କାଲାରୀ’ ଏବଂ ‘ପାୟାଟୁ’ର ମିଶ୍ରଣରେ ହୋଇଛି। କାଲାରୀର ଅର୍ଥ ଶରୀର ପାୟାଟୁ ଅର୍ଥ ହତିଆର ଚାଳନା। ଗୁରୁକ୍କଲଙ୍କ କହିବା ଅନୁଯୀୟ, ସହନଶୀଳତା ଏବଂ ଧ୍ୟାନ ଅଭାବ ଥିବା ବ୍ୟକ୍ତିଙ୍କ ପାଇଁ କାଲାରୀ ଉପଯୁକ୍ତ ନୁହେଁ। ଶାରୀରିକ ବ୍ୟାୟାମ ଏବଂ କଠିନ ଡିଆଁ ଶିଖିବା ପାଇଁ ବହୁତ ଧୈର୍ଯ୍ୟ, ସ୍ଥିରତା ଏବଂ ଅନୁଶାସନ ଆବଶ୍ୟକ ।

ଗୁରୁକ୍କଲ ପ୍ରାୟ ୩୨ର୍ଷ କେରଳରେ ପୋଲିସ୍ ଅଫିସର ଭାବେ କାମ କରିଛନ୍ତି। ୬୦ ବର୍ଷୀୟା କାଲାରୀଙ୍କ ଯୁଦ୍ଧ କଳାର ବିଭିନ୍ନ ସୁବିଧା ବିଷୟରେ ଲୋକଙ୍କୁ ବୁଝାନ୍ତି। ୱାଘା ସୀମାରେ ରହି ମଧ୍ୟ ସେ କାମ କରିସାରିଛନ୍ତି। ଏଥିପାଇଁ ତାଙ୍କୁ ମିଳିଛି ଢେର୍‌ ପ୍ରଶଂସା। ଗୁରୁକ୍କଲଙ୍କ କର୍ତ୍ତବ୍ୟନିଷ୍ଠତା ପାଇଁ ସେ ପୋଲିସର ଭିନ୍ନ ଭିନ୍ନ ବ୍ୟାଚରେ ସମ୍ନାନୀତ ହୋଇଛନ୍ତି। କେରଳ ପୋଲିସ ଦ୍ବାରା ତାଙ୍କୁ ୨ ଥର ରାଷ୍ଟ୍ରପତି ପୁରସ୍କାର ଦ୍ବାରା ସମ୍ମାନୀତ କରାଯାଇଛି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!