କମ୍ ପାଠ ପଢିଛନ୍ତି କିନ୍ତୁ ଆଜି କୋଟିପତି, ୧୫ଶହରୁ ଆରମ୍ଭ କରିଥିଲେ ବ୍ୟବସାୟ

ସଫଳତାର ଶିର୍ଷରେ ପହଞ୍ଚିବାକୁ ହେଲେ ଆବଶ୍ୟକ ହୁଏ କଠିନ ପରିଶ୍ରମ। ଦୃଢ ଇଚ୍ଛା ଶକ୍ତି ଦ୍ବାରା ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସମ୍ଭବ। ସେମିତି ଜଣେ ସଫଳ ବ୍ୟକ୍ତି ହେଲେ ସି.କେ ରଙ୍ଗନାଥନ। ଯେ କମ୍ ପାଠ ପଢିଛନ୍ତି ସତ କିନ୍ତୁ ହୋଇଛନ୍ତି ସଫଳ। ମାତ୍ର ୧୫ ହଜାର ଟଙ୍କାରୁ ଆରମ୍ଭ କରିଥିଲେ ବ୍ୟବସାୟ। ଆଜି ୧୧ ଶହ କୋଟିର ମାଲିକ। ବ୍ୟକ୍ତି ଜଣଙ୍କ ହେଲେ କେଭିନ କେୟାରର ସିଇଓ ସି.କେ ରଙ୍ଗନାଥନ।

ତାମିଲନାଡୁର ଏକ ଛୋଟ ସହର କୁଡାଲୋରରୁ ରଙ୍ଗନାଥନଙ୍କ ଜନ୍ମ। ଗରିବ କୃଷକ ପରିବାର ଥିଲା ତାଙ୍କର। ରଙ୍ଗନାଥନ କେବଳ ପ୍ରାଥମିକ ଶିକ୍ଷା ସମାପ୍ତ କରିଛନ୍ତି। ପଢାରେ ଦୁର୍ବଳ ଥିଲେ। ତେଣୁ ତାଙ୍କ ବାପା ଚାହୁଁଥିଲେ ଯେ ସେ ଚାଷ କରନ୍ତୁ କିମ୍ବା ବ୍ୟବସାୟ କରନ୍ତୁ। ଗୃହପାଳିତ ପଶୁ ଓ ପକ୍ଷୀ ରଖିବାକୁ ରଙ୍ଗନାଥନ୍ ବହୁତ ପସନ୍ଦ କରୁଥିଲେ। ଯେତେବେଳେ ସେ ୫ମ ଶ୍ରେଣୀରେ ପଢୁଥିଲେ, ସେତେବେଳେ ତାଙ୍କ ପାଖରେ ୫୦୦ କପୋତ, ଅନେକ ପ୍ରକାରର ମାଛ ଏବଂ ଅନେକ ପ୍ରଜାତିର ପକ୍ଷୀ ଥିଲା।
କଲେଜରେ ପଢୁଥିବା ସମୟରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଗଲା। ବାପାଙ୍କ ମୃତ୍ୟୁ ପରେ ପରିବାରର ସମସ୍ତ ଦାୟିତ୍ୱ ରଙ୍ଗନାଥନଙ୍କ କାନ୍ଧରେ ପଡ଼ିଲା। ଏହା ପରେ ସେ ନିଜ ଗୃହପାଳିତ ପଶୁ ବିକ୍ରୟ କରି ସାମ୍ପୁ ତିଆରି କରିବାର ଏକ ଛୋଟ ବ୍ୟବସାୟ ଆରମ୍ଭ କଲେ । ପ୍ରାରମ୍ଭିକ ଦିନ ମାନଙ୍କରେ, ତାଙ୍କର ଏହି ବ୍ୟବସାୟ ଭଲରେ ଚାଲି ନଥିଲା । ସେଥିପାଇଁ ସେ ତାଙ୍କ ଭାଇଙ୍କ ସହିତ ଭେଲଭେଟ ସାମ୍ପୁ ବ୍ୟବସାୟ କରିଥିଲେ । କିନ୍ତୁ ରଙ୍ଗନାଥନଙ୍କୁ ସବୁବେଳେ ନିଜର ବ୍ୟବସାୟ କରିବାର ଇଚ୍ଛା ଥିଲା। ଏଥିପାଇଁ ସେ ପୁଣି ଥରେ ନିଜ ବ୍ୟବସାୟ ପ୍ରତି ଧ୍ୟାନ ଦେଲେ। ପ୍ରାରମ୍ଭରେ କମ୍ପାନୀ କେବଳ ସାମ୍ପୁ ତିଆରି କରୁଥିଲା ଏବଂ ଗାଁ ଏବଂ ଛୋଟ ସହରରେ ଏହାର ବିକ୍ରି କରୁଥିଲା। ଗୋଟେ ପଉଚର ମୂଲ୍ୟ ମାତ୍ର ୫୦ ପଇସା ରଖିଥିଲେ। କମ୍ ମୂଲ୍ୟରେ ଭଲ ଗୁଣବତ୍ତା ଉତ୍ପାଦନ ବିକ୍ରୟ କରି ସେ ଖୁବ୍ କମ୍ ସମୟ ମଧ୍ୟରେ ଲୋକଙ୍କ ହୃଦୟ ଜିତିଥିଲେ। ଏହା ପରେ ସେ ତାଙ୍କ କମ୍ପାନୀର ନାମ କେଭିନ କେୟାରରେ ବଦଳାଇଲେ। କେଭିନକେୟାର ନାଁର ଅର୍ଥ ହେଉଛି ପ୍ରଚୀନ ସୌନ୍ଦର୍ଯ୍ୟତା। କମ୍ପାନୀର ନାମ ପରିବର୍ତ୍ତନ କରିବା ପରେ ସେ ବଜାରରେ ଅନେକ ବିୟୁଟି ପ୍ରଡକ୍ଟ ବିକ୍ରି କରିବା ଆରମ୍ଭ କଲେ।
ପ୍ରାରମ୍ଭିକ ସଫଳତା ପରେ ରଙ୍ଗନାଥନ୍ ଆଉ ପଛକୁ ଚାହିଁ ନଥିଲେ । ତାଙ୍କର ପରବର୍ତ୍ତୀ ପଦକ୍ଷେପ ପୁଷ୍ପ ସୁଗନ୍ଧ ସହିତ ପରଫ୍ୟୁମ୍ ତିଆରି କରିବା ଥିଲା। ସେ ସମୟରେ ଲୋକେ ଗୋଲାପ ଏବଂ ଜସ୍ମିନର ସୁଗନ୍ଧକୁ ବହୁତ ପସନ୍ଦ କରିଥିଲେ | ଏହାପରେ ସେ ପରଫ୍ୟୁମ୍ ତିଆରି କଲେ। ଧୀରେ ଧିରେ କମ୍ପାନୀ ଏକ ମିଲିୟନ ଡଲାର କ୍ଲବ ବ୍ୟବସାୟରେ ସାମିଲ୍ ହେଲା।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!