ସୁକିନ୍ଦାରେ ପଦ୍ମ ଫୁଟାଇଲେ ପ୍ରଦୀପ

ବଦଳିଲା ରାଜନିତୀର ମାନଚିତ୍ର , ବିଡେଡି ଗଡ଼ ସୁକିନ୍ଦାରେ ବାଜିମାତ କରିଛି ବିଜେପି । ଯାଜପୁର ଲୋକସଭା ଆସନରେ କେବେ ଖାତା ଖୋଲିନଥିବା ବିଜେପି ଏଥର ବିଜୟୀ ହାସଲ କରିଛି । ବିଜେଡି ଶାସନକୁ ଭାଙ୍ଗିଛନ୍ତି ପ୍ରଦୀପ ବଳସାମନ୍ତ  । ୨୦୧୪ରୁ ରାଜନିତୀରେ ପ୍ରବେଶ କରିଥିଲେ ପ୍ରଦୀପ ।

2019 ନିର୍ବାଚନରେ ସୁକିନ୍ଦା ବିଧାନସଭା ଆସନରେ ବିଜେଡିର ବିଜୟ ହୋଇଥିଲା । ବିଜେଡି ପ୍ରାର୍ଥୀ ଭାବରେ ପ୍ରୀତିରଞ୍ଜନ ଘଡାଇ ଏଠାରୁ ବିଜୟୀ ହୋଇଥିଲେ । ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ବଳସାମନ୍ତଙ୍କୁ ୧୬,୭୩୦ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ ପ୍ରୀତିରଞ୍ଜନ । ପ୍ରୀତିରଞ୍ଜନ ମୋଟ 77,510 ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରଦୀପଙ୍କୁ ମିଳିଥିଲା ୬୦,୭୮୦ ଖଣ୍ଡ ଭୋଟ ।

ଯାଜପୁର ଜିଲ୍ଲାର 7ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବହୁ ଚର୍ଚ୍ଚିତ ଆସନ ହେଉଛି ସୁକିନ୍ଦା ବିଧାନସଭା ଆସନ । ସୁକିନ୍ଦା ଓ ଦାନଗଦୀ ଦୁଇଟି ବ୍ଲକ ଏବଂ ଏହାର ୪୮ଟି ପଞ୍ଚାୟତର ପ୍ରାୟ ୨ ଲକ୍ଷରୁ ଅଧିକ ଭୋଟରଙ୍କୁ ନେଇ ଓଡିଶା ବିଧାନସଭାର ୫୪ନଂ ଅଣସଂରକ୍ଷିତ ଆସନ ଭାବେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଗଠିତ ।ଚଳିତ ନିର୍ବାଚନରେ ସୁକିନ୍ଦାବାସୀ ପୁଣିଥରେ ବିଜେପିକୁ ଭୋଟ ଦେଇଛନ୍ତି ଓ ଭରସା କରିଛନ୍ତି । ବିଜେପି ବିଧାୟକ  ପ୍ରାର୍ଥୀ ପ୍ରଦୀପ ବଳସାମନ୍ତଙ୍କୁ ବିପୁଳ ବ୍ୟବଧାନରେ ଭୋଟ ଦେଇ ବିଜୟର ଟୀକା ପିନ୍ଧାଇଛନ୍ତି । ମୋଟ ୮୬,୭୩୩ ଟି ଭୋଟ ପାଇଁ ସେ ଜିତିଛନ୍ତି ।

ବିଜେପି ଟିକେଟ ପାଇବା ପରେ ସୁକିନ୍ଦା ଜନସାଧାରଣଙ୍କ ଲାଗି କିଛି କରିବାର ଲକ୍ଷ୍ୟ ନେଇ ପୁଣିଥରେ ଆଗାମୀ ନିର୍ବାଚନରେ ମୁକାବିଲା କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ପ୍ରଦୀପ । ଏହାସହ ଏହି ନିର୍ବାଚନ ମଣ୍ଡଳୀରେ 14ଟି କଳକାରଖାନା ଓ 13ଟି ଖଣି ଥିବାବେଳେ ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି, ଗମନାଗମନ ପରି ମୌଳିକ ସମସ୍ୟାର ସମାଧାନ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

 

 

 

 

 

 

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!