ସୁଦର୍ଶନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଦ୍ମଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହା ସହିତ ସମ୍ମାନ ସ୍ୱରୂପ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ରାଜ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରଥଯାତ୍ରା ଠାରୁ ବାହୁଡା ମଧ୍ୟରେ ଋଷିଆରେ ନିଜର ପ୍ରତିଭା ଦ୍ବାରା ସମ୍ମାନିତ ହେବା ଏକ କଳାତ୍ମକ ସଂଯୋଗ। ସେ କହିଛନ୍ତି ଯେ ସୁଦର୍ଶନ ବାବୁ ନନ୍ଦିଘୋଷ ରଥକୁ ଋଷିଆରେ ପ୍ରଦର୍ଶିତ କରି ଓଡ଼ିଆ ଅସ୍ମିତାକୁ ବିଶ୍ଵ ସ୍ତରକୁ ନେଇ ପାରିଛନ୍ତି।

Post Views90 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!