ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ପୁରସ୍କାର ପାଇଲେ ଅନିମେଶ କୁଜୁର

ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଆଜି ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନେକ ପ୍ରତିଭାବାନ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି ।

ଜାତୀୟ ରେକର୍ଡଧାରୀ ଧାବକ ଅନିମେଶ କୁଜୁର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ପୁରସ୍କାର ଗ୍ରହଣ କରିଥିଲାବେଳେ ରାଖାଲ କୁମାର ସେଠୀ ଶ୍ରେଷ୍ଠ ପାରା ଆଥଲେଟ ଭାବେ ପୁରସ୍କୃତ ହୋଇଛନ୍ତି । ସେହିପରି ଅନ୍ତର୍ଜାତୀୟ ହ୍ବିଲଚେୟାର ଫେନସର ରାଖାଲ କୁମାର ସେଠୀ ଏବଂ ଚେସ୍‌ ଖେଳାଳି ସାତ୍ତ୍ବିକ ସ୍ବାଇଁ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ପୁରସ୍କାର ଗ୍ରହଣ କରିଛନ୍ତି । ୯ ବର୍ଷରୁ କମ ବୟସ ବର୍ଗରେ ୨ ଥର ବିଶ୍ୱ ପଦକ ବିଜେତା ସାତ୍ତ୍ବିକ ସ୍ବାଇଁ ଏବଂ ଜୁଡୋ ପ୍ରଶିକ୍ଷକ ସୁଷମା ନନ୍ଦ ଶ୍ରେଷ୍ଠ କୋଚ୍‌ ଭାବେ ପୁରସ୍କୃତ ହୋଇଛନ୍ତି । ପୂର୍ବତନ ଭାରୋତ୍ତୋଳକ ବିଜୟ ଶତପଥୀଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ମିଳିଛି । ବିମଳ କୁମାର ରାଉଳ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ଏବଂ ଚିତ୍ତରଞ୍ଜନ ପ୍ରଧାନଙ୍କୁ ଜୀବନ ବେହେରାଙ୍କୁ ସାହାସିକତା ପୁରସ୍କାର ମିଳିଛି ।

Post Views2 Total Count

Apply Now


This will close in 0 seconds

error: Content is protected !!