ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତଙ୍କ ଷ୍ଟାଇଲିସ୍ ଲୁକ୍ ପୁଣିଥରେ ଚର୍ଚ୍ଚାକୁ ଆସିଛି। ପାରମ୍ପରିକ ହସ୍ତତନ୍ତ ଶାଢ଼ି ସହ ବିଳାସପୂର୍ଣ୍ଣ ଆସେସୋରିଜ୍ ପିନ୍ଧିବା ପାଇଁ ପରିଚିତ କଙ୍ଗନାଙ୍କ ନୂଆ ଲୁକ୍ରେ ମଧ୍ୟ ଫ୍ୟାଶନ୍ର ଝଲକ ଦେଖିବାକୁ ମିଳିଛି।
ଗତ ସପ୍ତାହରେ କଙ୍ଗନା ସଂସଦ ପରିସରରୁ ବାହାରୁଥିବା ବେଳେ ମଣିପୁରୀ ବ୍ରାଣ୍ଡ NUPIର ହାଲୁକା ନୀଳ ରଙ୍ଗର ଏରି ସିଲ୍କ ଶାଢ଼ି ପିନ୍ଧିଥିବା ନଜର ଆସିଥିଲେ। ଶାଢ଼ିର ସରଳ ଡିଜାଇନ୍ ଓ ସୂକ୍ଷ୍ମ ବର୍ଡର ତାଙ୍କ ଲୁକ୍କୁ ଆହୁରି ଆକର୍ଷଣୀୟ କରିଥିଲା। ଏହା ସହ ସେ ଏକ ସରଳ ଧଳା ଛୋଟ ହାତ ବ୍ଲାଉଜ୍ ଏବଂ ହାଲୁକା ରଙ୍ଗର ସ୍ଲିପ୍-ଅନ୍ ଜୋତା ପିନ୍ଧିଥିଲେ।କଙ୍ଗନା ତାଙ୍କ ଅଳଙ୍କାରକୁ ସରଳ ରଖିଥିଲେ। ତେବେ ତାଙ୍କର ଆସେସୋରିଜ୍ ହିଁ ସମସ୍ତଙ୍କ ନଜର ଆକର୍ଷଣ କରିଥିଲା। ବିଶେଷ କରି ତାଙ୍କ ହାତରେ ଥିବା କଳା ହର୍ମେସ୍ ବିର୍କିନ୍ ବ୍ୟାଗ୍ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା। ଟୋଗୋ ଚମଡ଼ାରେ ତିଆରି ଏହି ବ୍ୟାଗ୍ରେ ହର୍ମେସ୍ର ସିଗ୍ନେଚର ଟପ୍ ହ୍ୟାଣ୍ଡେଲ୍ ଏବଂ ଗୋଲ୍ଡ ହାର୍ଡୱେର୍ ରହିଛି।
ରିପୋର୍ଟ ଅନୁଯାୟୀ, ଏହି ବିର୍କିନ୍ ବ୍ୟାଗ୍ର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା। ହାଲୁକା ନୀଳ ଶାଢ଼ି ସହ କଳା ବ୍ୟାଗ୍ର କନ୍ଟ୍ରାଷ୍ଟ ତାଙ୍କ ଲୁକ୍କୁ ଆହୁରି ଆକର୍ଷଣୀୟ କରିଥିଲା। କେବଳ ବ୍ୟାଗ୍ ନୁହେଁ, କଙ୍ଗନାଙ୍କ ହାତରେ ଥିବା ରୋଲେକ୍ସ ଲେଡି-ଡେଟଜଷ୍ଟ ଘଣ୍ଟା ମଧ୍ୟ ଚର୍ଚ୍ଚାରେ ରହିଛି। ଚକୋଲେଟ୍-ବ୍ରାଉନ୍ ଡାଏଲ୍ ଥିବା ଏହି ଘଣ୍ଟାର ଆନୁମାନିକ ମୂଲ୍ୟ ପ୍ରାୟ ୨୧ ଲକ୍ଷ ଟଙ୍କା ବୋଲି କୁହାଯାଉଛି।

