୨୪ ଘଣ୍ଟା ମଧ୍ୟରେ ପଦବୀରୁ ହଟାଇ ଦେଲେ ବିଜୟ

ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀଙ୍କ ଜ୍ୟୋତିଷଙ୍କ ପଡିଛି ଖରାପ ସମୟ। ଜ୍ୟୋତିଷରୁ ଓଏସଡି ହୋଇଥିବା ପଣ୍ଡିତ ରିକି ରାଧା ଭେଟ୍ରିଭେଲଙ୍କୁ ହରାଇବାକୁ ପଡିଛି ନିଜ ପଦବୀ। ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ତାଙ୍କ ନିଯୁକ୍ତିର ୨୪ ଘଣ୍ଟା ମଧ୍ୟରେ ପଦବୀରୁ ହଟାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଭେଟ୍ରିଭେଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି (OSD) ଭାବରେ ନିଯୁକ୍ତି ଦେଇଥିଲେ। କିନ୍ତୁ, ତାଙ୍କର ନିଯୁକ୍ତି ତୁରନ୍ତ ବିବାଦର ବିଷୟ ପାଲଟିଥିଲା। ଟିଭିକେ ଏବଂ ମେଣ୍ଟ ଅଂଶୀଦାରମାନଙ୍କରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଦ୍ୱନ୍ଦ୍ୱୀ ଶିବିର ଏହି ନିଯୁକ୍ତିକୁ ସମାଲୋଚନା କରିଥିଲେ। ଏହା ପରେ, ମୁଖ୍ୟମନ୍ତ୍ରୀ ବିଜୟ ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଜ୍ୟୋତିଷ ପଣ୍ଡିତ ରିକି ରାଧା ଭେଟ୍ରିଭେଲଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଛନ୍ତି।

ସରକାରଙ୍କ ମୁଖ୍ୟ ସଚିବ ଏକ ପତ୍ରରେ କହିଛନ୍ତି, ପଣ୍ଡିତ ଭେଟ୍ରିଭେଲଙ୍କୁ ଓଏସଡି ପଦରେ ନିଯୁକ୍ତିକୁ ରଦ୍ଦ କରିଦେଇଛନ୍ତି। ମଙ୍ଗଳବାର ଯେତେବେଳେ ମୁଖ୍ୟମନ୍ତ୍ରୀ ଜ୍ୟୋତିଷଙ୍କ ନିଯୁକ୍ତିକୁ ଗ୍ରୀନ୍ ସିଗନାଇଲ ଦେଇଥିଲେ, କିନ୍ତୁ ତାଙ୍କର ଏହି ପଦକ୍ଷେପକୁ ନେଇ ତାମିଲନାଡୁ ରାଜନୀତରେ ବିବାଦ ସୃଷ୍ଟି ହୋଇଥିଲା। ଭିସିକେ, ସିପିଆଇଏମ୍ ଓ ସିପିଆଇ ଭଳି ଦଳ ଯେଉଁମାନେ ତାଙ୍କୁ ଟିଭିକେ ସରକାରଙ୍କୁ ନିଜର ସମର୍ଥନ ଦେଇଥିଲେ, ସେମାନେ ଏହି ପଦକ୍ଷେପକୁ ଖୋଲାଖୋଲି ଭାବରେ ସମାଲୋଚନା କରିଥିଲେ। ବୁଧବାର ବିଧାନସଭାରେ ଫ୍ଲୋର ଟେଷ୍ଟ ପୂର୍ବରୁ, VCK ବିଧାୟକ ଭାନି ଆରାସୁ ସରକାରଙ୍କୁ ସାଇଣ୍ଟିଫିକ୍ ଏବଂ ଲଜିକାଲ ଚିନ୍ତାଧାରା ଉପରେ ଧ୍ୟାନ ଦେବାକୁ ଏବଂ ଯାହାକୁ ପ୍ରାୟତଃ ଅନ୍ଧବିଶ୍ୱାସ ବୋଲି ବିବେଚନା କରାଯାଏ ସେଥିରେ ଧ୍ୟାନ ନ ଦେବାକୁ ଅପିଲ କରିଛନ୍ତି। ସେ କହିଛନ୍ତି, ଆମ ସରକାର ଜ୍ୟୋତିଷଶାସ୍ତ୍ରକୁ ନୁହେଁ, ବୈଜ୍ଞାନିକ ଚିନ୍ତାଧାରାକୁ ଗୁରୁତ୍ୱ ଦେବା ଉଚିତ।’

Post Views31 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!