ଆମଦାନୀ ଶୁଳ୍କ ବୃଦ୍ଧି ପରେ ଦେଶରେ ହାଇଜମ୍ପ୍ ମାରିଲା ସୁନା ଦର। ୨୪ କ୍ୟାରେଟ୍ ସୁନା ଦର ଏକାଥରକେ ୧୩,୯୧୦ ଟଙ୍କା ବୃଦ୍ଧି ପାଇଛି। ଗତ କାଲି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୧ ଲକ୍ଷ ୫୩ ହଜାର ୯୮୦ ଟଙ୍କା ଥିବା ବେଳେ ଆଜି ତାହା ବୃଦ୍ଧି ପାଇ ୧ଲକ୍ଷ ୬୭ ହଜାର ୮୯୦ ଟଙ୍କା ହୋଇଛି।
ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୨,୭୫୦ ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୫୩ ହଜାର ୯୦୦ ଟଙ୍କାରେ ପହଞ୍ଚିଛି। ଗତ କାଲି ତାହା ୧ ଲକ୍ଷ ୪୧ ହଜାର ୧୫୦ ଟଙ୍କା ଥିଲା।
୧୮ କ୍ୟାରେଟ୍ ସୁନା ଦର ୧୦ ହଜାର ୪୩୦ ଟଙ୍କା ବଢି ୧ ଲକ୍ଷ ୨୫ ହଜାର ୯୨୦ ଟଙ୍କା ହୋଇଛି। ଗତ କାଲି ତାହା ୧ ଲକ୍ଷ ୧୫ ହଜାର ୪୯୦ ଟଙ୍କା ଥିଲା।

