ଚଳିତଥର ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା

ଚଳିତଥର ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା । ପୁରୀରେ ସମୀକ୍ଷା ବୈଠକରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨ ଦିନ ଛୁଟି ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତଥର ରଥଯାତ୍ରା ୨ ଦିନ ଚାଲିବାକୁ ଥିବାରୁ ଛୁଟି ଘୋଷଣା କରାଯାଇଛି । ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ବିରଳ ଓ ଅଦ୍ଭୁତ ରଥଯାତ୍ରା ହେବାକୁ ଯାଉଛି ।

ଦୀର୍ଘ ୫୩ ବର୍ଷ ପରେ ଚଳିତବର୍ଷ ବିରଳ ରଥଯାତ୍ରା ହେବାକୁ ଯାଉଛି । ନୂଆ ସରକାରରେ ଏଭଳି ସୁଯୋଗ ଆସିବା ଆମର ଭାଗ୍ୟ । ଚଳିତବର୍ଷ ୨ ଦିନରେ ରଥଯାତ୍ରା ସମାପନ ହେବ । ତେଣୁ ସରକାରୀସ୍ତରରେ ଯେଉଁ ଗୋଟିଏ ଦିନର ଛୁଟି ଥିଲା ତାହାକୁ ଆଉ ଗୋଟିଏ ଦିନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛି ।

ରଥଯାତ୍ରା ଯେପରି ସୁରୁଖୁରରେ ସମାପନ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରା ଦେଖିବା ସହ ରଥ ଟାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେଣୁ ଏହା ବେଶ ଖୁସି ଓ ଗୌରବର କଥା । ଏହି ବିରଳ ରଥଯାତ୍ରାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Post Views64 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!