ଅଭିଯୁକ୍ତ ଏଏସ୍ଆଇ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚର ଜେରା

ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଗୁଳିକାଣ୍ଡ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସୋମବାର କ୍ରାଇମବ୍ରାଞ୍ଚ ଏଡିଜେ ଅରୁଣ ବୋଥ୍ରା ଅଧିକାରୀ ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସଙ୍କୁ ପଚରାଉଚରା ଆରମ୍ଭ କରିଥିବା ଜଣାପଡିଛି।

ସୁନ୍ଦରଗଡ଼ ପୋଲିସ ରିଜର୍ଭ ଅଫିସରେ ଅଭିଯୁକ୍ତ ଗୋପାଳଙ୍କୁ ଜେରା କରାଯାଉଛି। ଗୁଳିକାଣ୍ଡର କାରଣ ଜଣାପଡି ନ ଥିବା ବେଳେ ଏଏସ୍ଆଇ ଏକାକି ଗୁଳି କରିଥିବା ଜଣାପଡିଛି।

ଅନ୍ୟପକ୍ଷେ ବ୍ରଜରାଜନଗର ଥାନା ଆଇଆଇସି ଅଭିଯୁକ୍ତ ଗୋପାଳଙ୍କ ନାମରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରିଥିବା ଜଣାପଡିଛି।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!