ମିଳିମିଶି ରହିବାକୁ ରାଜି ହ୍ୟୁମାନ ସାଗର ଓ ଶ୍ରୀୟା

କଟକ ମହିଳା ଥାନାରେ ଉଭୟଙ୍କ ମଧ୍ୟରେ ଆପୋଷ ଆଲୋଚନାରେ ବିବାଦର ସମାଧାନ ହୋଇଛି । ମହିଳା ଥାନାରୁ ବାହାରିଲେ ଉଭୟ ହ୍ୟୁମାନ ସାଗର ଓ ଶ୍ରୀୟା । ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ନାଁରେ ଆସିଥିଲା ଅଭିଯୋଗ ।

ହ୍ୟୁମାନ ସାଗର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ତାଙ୍କ ପତ୍ନୀ ଶ୍ରୀୟା ଅଭିଯୋଗ କରିଥିଲେ । ଶେଷର ମହିଳା ଥାନାରେ ଅତିଷ୍ଠ ହୋଇ ମହିଳା ଥାନାରେ ହାଜର ହୋଇଥିଲେ ଶ୍ରୀୟା ।ଆଲୋଚନା ପରେ ଉଭୟ ମିଳିମିଶି ରହିବାକୁ ରାଜି ହୋଇଛନ୍ତି ।

ମାସେ ମଧ୍ୟରେ ଉଭୟ ପରସ୍ପର ସହ ଦେଖା କରିବେ। ସମ୍ପର୍କକୁ ଉତ୍ତମ କରିବେ। ପରିବାର ସହିତ ଆଲୋଚନା କରି ଶ୍ରୀୟା ଶାଶୂଘରକୁ ଫେରିବେ। ଉଭୟ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ବୁଝାମଣାରେ ସହଯୋଗ କରିଥିବା ଏସିପି ଅମିତାଭ ମହାପାତ୍ରଙ୍କୁ ଉଭୟ ଧନ୍ୟବାଦ ଜଣାଇଛନ୍ତି ।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!