ମସଜିଦରେ ଆତ୍ମଘାତୀ ହମଲା, ୯୦ରୁ ଅଧିକ ଲୋକ ଆହତ

ପାକିସ୍ତାନ ପେଶାୱାରରେ ଥିବା ଏକ ମସଜିଦରେ ଆତ୍ମଘାତୀ ହମଲା ହୋଇଛି । ପେଶାୱାରର ପୋଲିସ ଲାଇନ୍ସ ପାଖରେ ଥିବା ମସଜିଦରେ ନମାଜ ପାଠ ପରେ ଏହି ବିସ୍ଫୋରଣ ଘଟିଛି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଧମାକାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କର ମୃତ୍ୟୁ ହାଇସାରିଥିବାବେଳେ, ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପୋଲିସ ଅଧିକାରୀ ସିକନ୍ଦର ଖାନଙ୍କ କହିବା ମୁତାବକ, କିଛି ଲୋକ ମାଟି ତଳେ ଚାପି ହୋଇଯାଇଥିବା ସୂଚନା ମିଳିଛି ।

ଏବେ ବି ଆହତମାନେ ହସ୍ପିଟାଲକୁ ଆସୁଛନ୍ତି । ସେମାନଙ୍କ ଭିତରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!