ବିପର୍ଯ୍ୟୟ ସୂଚନା ପ୍ରଣାଳୀ ପରୀକ୍ଷା କଲା ଭାରତ

ଶନିବାର ମଧ୍ୟାହ୍ନରେ ସମସ୍ତ ମୋବାଇଲ ଫୋନ୍‌ ବ୍ୟବହାରକାରୀଙ୍କ ହ୍ୟାଣ୍ଡସେଟ୍‌କୁ ଏକ ତୀବ୍ର କମ୍ପନ ସୃଷ୍ଟି ଆଲର୍ଟ ସହିତ ବାର୍ତ୍ତା ଆସିଥିଲା। ଏହି ବାର୍ତ୍ତା କ୍ଷଣକ ପାଇଁ ସମସ୍ତଙ୍କୁ ଚକିତ କରିଦେଇଥିଲା। ତେବେ ବାର୍ତ୍ତା ପଢ଼ିବା ପରେ ତାହା ସରକାରଙ୍କ ବିପର୍ଯ୍ୟୟ ସତର୍କତା ପରୀକ୍ଷା ବୋଲି ଜଣାପଡ଼ିଥିଲା। ଭାରତ ସରକାର ଏହାର ନାଗରିକମାନଙ୍କ ପାଇଁ ତୁରନ୍ତ ବିପର୍ଯ୍ୟୟ ସତର୍କତା ସେବା ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସେଲ୍ ବ୍ରଡକାଷ୍ଟ ଆରମ୍ଭ କରିଛନ୍ତି।

ଏହାପୂର୍ବରୁ ମଧ୍ୟ ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ବାର୍ତ୍ତା ଆସିଲେ ଭୟଭୀତ ନହେବା ପାଇଁ କୁହାଯାଇଥିଲା। ବିପର୍ଯ୍ୟୟବେଳେ ସଠିକ୍‌ ସୂଚନା ସଠିକ୍‌ ସମୟରେ ନାଗରିକଙ୍କୁ ପ୍ରଦାନ କରିବାକୁ ସରକାରଙ୍କ ପକ୍ଷରୁ ଏହି ଜରୁରୀକାଳୀନ ଆଲର୍ଟ ସିଷ୍ଟମ୍‌ର ପରୀକ୍ଷଣ କରାଯାଇଥିଲା। ପୂର୍ବରୁ ସରକାର ଏକ ମୋବାଇଲ୍-ଆଧାରିତ ବିପର୍ଯ୍ୟୟ ସତର୍କତା ପ୍ରଣାଳୀର ପରୀକ୍ଷଣ କରିବାକୁ କହିବା ସହିତ ଏହାକୁ ଅଣଦେଖା କରିବାକୁ ନାଗରିକମାନଙ୍କୁ ଅନୁରୋଧ କରିଥିଲେ। ସେଲ୍ ବ୍ରଡକାଷ୍ଟ ସୁବିଧା ଉଦ୍‌ଘାଟିତ କରି ସରକାର ଲୋକଙ୍କ ମୋବାଇଲ ଫୋନକୁ ଇଂଲିଶ ଓ ଅନ୍ୟ ଆଞ୍ଚଳିକ ଭାଷାରେ ବାର୍ତ୍ତା ପଠାଇଥିଲେ।

 

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!