ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡି ପାଉଁଶ

ଗାଜିଆବାଦ ନନ୍ଦଗ୍ରାମ ଥାନା ଅନ୍ତର୍ଗତ ଏକ ମଦ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ସମସ୍ତ ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ୪ଟି ଦମକଳ ବାହିନୀ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଖବର ମୁତାବକ, ଅଗ୍ନିକାଣ୍ଡ ରାଜନଗର ଏକ୍ସଟେନସନରୁ ଉତ୍ପନ୍ନ ହୋଇଥିବା ଜଣାପଡିଛି । ଗାଜିଆବାଦ ସହରର ନନ୍ଦଗ୍ରାମ ଥାନା ଅନ୍ତର୍ଗତ ଗୋଟିଏ ମଦ ଦୋକାନରେ ରାଜନଗରର ଏକ୍ସଟେନସନରୁ ନିଆଁ ଲାଗିଥିବା କୁହାଯାଉଛି । ପ୍ରାୟ ରାତି ୧ଟା ସମୟରେ ନିଆଁ ଲାଗିଥିବା ଜଣାପଡିଛି ।

ନିଆଁ ଏତେ ଭୟଙ୍କର ଥିଲା ଯେ, କ୍ଷଣିକ ମଧ୍ୟରେ ଜୋରରେ ନିଆଁ ବ୍ୟାପିଯାଇଥିଲା । ନିଆଁକୁ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୪ଟି ଗାଡି ପହଞ୍ଚିଥିଲେ । ପ୍ରାୟ ୧ଘଣ୍ଟାର ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ଅଗ୍ନିଶମ ବାହିନୀ ।

Post Views38 Total Count

Apply Now


This will close in 0 seconds

error: Content is protected !!