ଝାଡ଼ଖଣ୍ଡ ମନ୍ତ୍ରୀଙ୍କ ହଠାତ୍ ଦେହାନ୍ତ

ଝାଡ଼ଖଣ୍ଡ ରାଜ୍ୟର ନଗର ଉନ୍ନୟନ, ଶିକ୍ଷା, ପର୍ଯ୍ୟଟନ ଓ କ୍ରୀଡ଼ା ମନ୍ତ୍ରୀ ତଥା ଗିରିଡିହ ବିଧାୟକ ସୁଦିବ୍ୟ କୁମାର ସୋନୁଙ୍କ ଆକସ୍ମିକ ଦେହାନ୍ତ ହୋଇଛି। ଶନିବାର ରାତିରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା।ଏହାପରେ ତାଙ୍କୁ ଗିରିଡିହସ୍ଥିତ ମର୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି।

ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ରିପୋର୍ଟ ଅନୁସାରେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ସମୟରେ ସେ ଗିରିଡିହସ୍ଥିତ ତାଙ୍କ ବାସଭବନରେ ଥିଲେ। ତାଙ୍କ ପରିବାର ଲୋକ ତାଙ୍କୁ ତୁରନ୍ତ ଗିରିଡିହସ୍ଥିତ ସ୍ଥାନୀୟ ମର୍ସି ହସ୍ପିଟାଲକୁ ନେଇଯାଇଥିଲେ, କିନ୍ତୁ ଡାକ୍ତରଙ୍କ ସର୍ବୋତ୍ତମ ପ୍ରୟାସ ସତ୍ତ୍ୱେ ତାଙ୍କର ପରଲୋକ ଘଟିଥିଲା। ଝାଡ଼ଖଣ୍ଡ ମନ୍ତ୍ରୀ ସୁଦିବ୍ୟ କୁମାରଙ୍କ ମୃତ୍ୟୁ ବିଷୟରେ ଗିରିଡିହର ମର୍ସି ହସ୍ପିଟାଲର ଡାକ୍ତର ଶହଜାଦ ଶେଖ କହିଛନ୍ତି, ସେ ରାତି ପ୍ରାୟ ୦୨:୧୫ ସମୟରେ ଆମ ପାଖକୁ ଆସିଥିଲେ। ତାଙ୍କର ଦୁଇ ଘଣ୍ଟା ଧରି ଛାତିରେ ଯନ୍ତ୍ରଣା ହେଉଥିଲା ଏବଂ ସେ ପହଞ୍ଚିବା ସମୟରେ ତାଙ୍କର ଆସ୍ପିରେସନ ହୋଇସାରିଥିଲା। ସେ ବାନ୍ତି କରିବା ସମୟରେ ତାଙ୍କ ଶ୍ବାସନଳୀ ବାଟେ କିଛି ଖାଦ୍ୟ ଅବା ତରଳ ପଦାର୍ଥ ତାଙ୍କ ଫୁସଫୁସରେ ପଶିଯାଇଥିଲା। ପହଞ୍ଚିବା ପରେ ତାଙ୍କୁ ତୁରନ୍ତ ଇନ୍ଟ୍ୟୁବେଟ୍ କରାଯାଇ ତାଙ୍କ ଶ୍ବାସପ୍ରକିୟାକୁ ସହଜ କରିବାକୁ ଚେଷ୍ଟା କରାଯାଇଥିଲା। ଇସିଜିରେ ହୃଦଘାତର ଲକ୍ଷଣ ଦେଖାଯାଇଥିଲା। ୧୦-୧୫ ମିନିଟ୍ ମଧ୍ୟରେ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। ଏହାପରେ ସିପିଆର ଆରମ୍ଭ କରାଯାଇଥିଲା। କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କର ପରଲୋକ ଘଟିଥିଲା।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବରିଷ୍ଠ ନେତା ଏବଂ ଉଚ୍ଚ ଏବଂ ବୈଷୟିକ ଶିକ୍ଷା, ନଗର ବିକାଶ ଏବଂ କ୍ରୀଡା ମନ୍ତ୍ରୀ ସୁଦିବ୍ୟ କୁମାର ସୋନୁଙ୍କ ପରଲୋକ ନେଇ ଦଳ ଏବଂ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପାର୍ଥିବ ଶରୀରକୁ ଗିରିଡିହସ୍ଥିତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟାଳୟକୁ ଅଣାଯାଇଥିଲା।

Post Views52 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!