ବିଦ୍ୟୁତ ଆଘାତରେ ଚାଲିଗଲା 16ରୁ ଅଧିକଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରାଖଣ୍ଡ ଚମୋଲିରେ ।ଅଳକାନନ୍ଦା ନଦୀରେ ପ୍ରକଳ୍ପ କାର୍ଯ୍ୟ ଚାଲିଥିବାବେଳେ ଫାଟିଥିଲା ଟ୍ରାନ୍ସଫର୍ମର । ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଟ୍ରାନ୍ସଫର୍ମର ପାଣିରେ ବୁଡ଼ି ରହିଥିଲା । ଓଦା ଥିବାରୁ ଆଜି ସକାଳୁ ଟ୍ରାନ୍ସଫର୍ମର ଅନ୍ କରିବା ମାତ୍ରେ ଏହା ବ୍ଲାଷ୍ଟ କରିଥିଲା । ମୃତକଙ୍କ ପରିବାରକୁ ୫ଲକ୍ଷ ଓ ଗୁରୁତରଙ୍କ ପାଇଁ ୧ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ସରକାର । ଘଟଣାର ନ୍ୟାୟିକ ତଦନ୍ତ ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।

