ଜନସନ ଆଣ୍ଡ ଜନସନ କମ୍ପାନୀକୁ ଜୋରିମାନା

ବେବି ପାଉଡର ଜନସନ ଆଣ୍ଡ ଜନସନ କମ୍ପାନୀକୁ ଜୋରିମାନା । ଏହି ପାଉଡରକୁ ବ୍ୟବହାର କରି କ୍ୟାନସରରେ କ୍ଷତିଗ୍ରସ୍ତ ହୋଇଥିବା କାଲିଫର୍ଣ୍ଣିଆର ଜଣେ ବ୍ୟକ୍ତିଙ୍କୁ ଜନସନ ଆଣ୍ଡ ଜନସନ ୧୮.୮ ନିୟୁତ ଡଲାର କ୍ଷତିପୂରଣ ଦେବା ଉଚିତ ବୋଲି ନିଷ୍ପତ୍ତି ନେଇଛନ୍ତି ଏକ ବିଚାରକ ମଣ୍ଡଳୀ । ୨୪ ବର୍ଷ ବୟସ୍କ ଭାଲାଦେଜ ଅଭିଯୋଗ କରିଥିଲେ- ପିଲାବେଳେ ଜନସନ ବେବି ପାଉଡର ବ୍ୟବହାର କରିଥିବାରୁ ତାଙ୍କ ହାର୍ଟ ଚାରିପାଖରେ କର୍କଟ ରୋଗ ସୃଷ୍ଟି ହୋଇଥିଲା । ଏନେଇ ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ମେଡିକାଲ ବିଲ୍, ଶାରୀରିକ ଯନ୍ତ୍ରଣା ଆଦି ଲାଗି ପୀଡ଼ିତଙ୍କୁ କ୍ଷତିପୂରଣ ଦେବା ଉଚିତ ବୋଲି କୋର୍ଟ କହିଥିବାବେଳେ କମ୍ପାନି ବିରୋଧରେ କୌଣସି ଦଣ୍ଡ ଘୋଷଣା କରିନାହାନ୍ତି କୋର୍ଟ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!