ଶୁଭଶ୍ରୀଙ୍କ ମୃତ୍ୟୁ ମାମଲାକୁ ରଦ୍ଦ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୁରୁଷ ବନ୍ଧୁ

ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ମାମଲାକୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୁରୁଷ ବନ୍ଧୁ। ଡାକ୍ତର ଦିବ୍ୟ ରଞ୍ଜନ ମାଝିଙ୍କ ବିରୁଦ୍ଧରେ ଯୋଡ଼ା ଥାନାରେ ରୁଜ୍ ହୋଇଛି ମାମଲା। ଏହି ମାମଲାକୁ ଖାରଜ ଓ ତାଙ୍କୁ ଜାମିନ୍‌ ପ୍ରଦାନ କରିବାକୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ବିଷକ୍ରିୟାରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ବ୍ୟବଛେଦ ରିପୋର୍ଟ ଓ ଭିସେରାରୁ ସ୍ପଷ୍ଟ ହୋଇଛି। ତେବେ ପରିବାରଲୋକ ପୁରୁଷ ବନ୍ଧୁ ଦିବ୍ୟରଞ୍ଜନଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଡାକ୍ତର ବନ୍ଧୁ ଓ ସହଯୋଗୀ ହତ୍ୟା କରିଥିବା ନେଇ ଯୋଡ଼ା ଥାନାରେ ଏତଲା ଦେଇଛନ୍ତି ଶୁଭଶ୍ରୀଙ୍କ ବାପା ।

ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନଙ୍କ ସମେତ ଅନ୍ୟ ଦୁଇ ସହଯୋଗୀ ଡାକ୍ତରଙ୍କ ସମ୍ପୃକ୍ତି ଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଶୁଭଶ୍ରୀଙ୍କ ବାପା । ତାଙ୍କୁ ଆଲକୋହଲରେ କିଛି ମିଶାଇ ପିଆ ଯାଉଥିବା ସନ୍ଦେହ କରିଛନ୍ତି । ଭିସେରା ରିପୋର୍ଟ ଆସିବା ପରେ ହତ୍ୟା ସନ୍ଦେହ କରିଛନ୍ତି ପରିବାର ଲୋକ ।

Post Views47 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!