ଛୁଆ ହାତୀର ମୃତ୍ୟୁ,ମୃତ୍ୟୁର କାରଣ ଅସ୍ପଷ୍ଟ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ରେ ସୁରକ୍ଷିତ ନୁହନ୍ତି ଗଜରାଜ, କେତେବେଳେ ଜନ୍ତୁ ଶିକାର ପାଇଁ ବିଛଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ହାତୀ ମୃତ୍ୟୁ ହେଉଥିବା ବେଳେ ଦନ୍ତା ହାତୀର ଦାନ୍ତ ଲୋଭରେ ଶିକାରୀ ଙ୍କ ଗୁଳିରେ ହାତୀର ଜୀବନ ଚାଲିଯାଉଛି ଆଉ ବର୍ଷ ତମାମ ହାତୀ ଆକ୍ରମଣ ରେ ହିନ୍ଦୋଳ ଉପଖଣ୍ଡ ର ବିଭିନ୍ନ ଗ୍ରାମାଞ୍ଚଳ ର ନିରୀହ ଜୀବନ ଚାଲିଯାଉଛି ।

ଚଳିତ ବର୍ଷ ହାତୀ ଆକ୍ରମଣ ରେ କୋଡିଏ ରୁ ଉର୍ଦ୍ଧ ଜନସାଧାରଣ ଙ୍କ ଜୀବନ ଯାଇସାରିଥିବା ବେଳେ ବିଭିନ୍ନ କାରଣ ରୁ ଚଳିତ ବର୍ଷ ୮ ରୁ ଉର୍ଦ୍ଧ ହାତୀ ମୃତ୍ୟୁ ହେଲାଣି ହେଲେ ଉପଖଣ୍ଡ ରେ ଥିବା ବନବିଭାଗ ଅଧିକାରୀ ମାନଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିବା ଦେଖିବାକୁ ମିଳିଛି, ଜଙ୍ଗଲୀ ହାତୀ ମାନଙ୍କର ଉପଦ୍ରଵ ଏତେ ବଢିଯାଇଛି ଉପଖଣ୍ଡ ର ବହୁ ଚାଷଜମି ହାତୀ ଭୟରେ ପଡିଆ ପଡିଛି ହାତୀ ମାନଙ୍କ ଗତିବିଧି ଲକ୍ଷ୍ୟ କରି ହାତୀ ଦାଉରୁ ମଣିଷ କୁ ସୁରକ୍ଷା ଦେବାରେ ବନ ବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଥିବା ଦେଖିବାକୁ ମିଳିଛି, ଉପଖଣ୍ଡ ରେ କେବଳ କାଗଜ କଲମ ଚାଷ କରି ଗଛ ଲଗାଇବା,ଜଙ୍ଗଲ ଭିତରେ ପୋଖରୀ ଖୋଲିବା ନାମରେ ହିନ୍ଦୋଳ ଉପଖଣ୍ଡ ରେ ବନବିଭାଗ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ମିଥ୍ୟା କରାଯାଇ ହଡପ କରାଯାଇଥିବା ବାରମ୍ବାର ଗଣମାନ୍ଧ୍ୟମ ରେ ପ୍ରକାଶ ପାଉଛି ।

ଘଟଣାରୁ ପ୍ରକାଶ ଯେ , ହିନ୍ଦୋଳ ବନାଞ୍ଚଳ ରାସୋଳ ସେକ୍ସନ ଅନ୍ତର୍ଗତ ଆମ୍ବଲୁଣ୍ତି ଗ୍ରାମ ଚାଷଜମି ନିକଟରେ ଆଜି ଏକ ଦନ୍ତାହାତୀ ଛୁଆର ମୃତ୍ୟୁ ହୋଇଛି। ତେବେ ହାତୀ ଛୁଆର ବୟସ ପାଖାପାଖି ୫ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ବନବିଭାଗର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତ୍ୟୁ ର କାରଣ ଏଯାଏ ବିଭାଗୀୟ ଅଧିକାରୀ ମାନେ ସ୍ପଷ୍ଟ କରିପାରୁନାହାନ୍ତି ହିନ୍ଦୋଳ ବନାଞ୍ଚଳ ରେ ବାରମ୍ୱାର ହାତୀ ମଣିଷ ଲଢେଇ ହେଉଥିଲେ ମଧ୍ଯ କେତେବେଳେ ହାତୀର ମୃତ୍ୟୁ ହେଉଛି ତ ଆଉ କେତେବେଳେ ମଣିଷର ମୃତ୍ୟୁ ହେଉଛି। ବାରମ୍ୱାର ଏଭଳି ଅଘଟଣ ହେଉଥିଲେ ମଧ୍ୟ ବନବିଭାଗ ଠୋସ ପଦକ୍ଷେପ ଗ୍ରହଣ ନକରି ହାତୀ ମୃତ୍ୟୁ ଘଟିଲେ ଶବ ବ୍ୟବଚ୍ଛେଦ କରି ପୋତି ଦେଉଥିବା ବେଳେ ମଣିଷର ମୃତ୍ୟୁ ଘଟିଲେ ଅନୁକମ୍ପା ରାଶି ପ୍ରଦାନ କରି ଚୁପ୍ ବସିଯାଉଛି। କିନ୍ତୁ କିଭଳି ଭାବରେ ହାତୀ ଏବଂ ମଣିଷର ମୃତ୍ୟୁକୁ କିଭଳି ରୋକାଯାଇ ପାରିବ ସେଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ଢ଼େଙ୍କାନାଳ ବନଖଣ୍ଡ ଅଧିକାରୀ ଓ ହିନ୍ଦୋଳ ବନାଞ୍ଚଳ ଅଧିକାରୀ। କେବଳ ଏଥିରେ ପେଶି ହେଇଛନ୍ତି ସାଧାରଣ ଜନତା ଏବଂ ତଳିଆ କର୍ମଚାରୀ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!