ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ଅଧିକାରୀ

କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ।

ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ଅଧିକାରୀ। କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତିଠୁଳ ଅଭିଯୋଗରେ ଚାଲିଛି ଚଢାଉ। ଭୁବନେଶ୍ୱର, କଟକ, ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧାର ଏକକାଳୀନ ୧୨ଟି ସ୍ଥାନରେ ରେଡ୍ ଚାଲିଛି। ଚଢାଉରେ ୯ଡିଏସ୍‌ପି, ୧୧ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।

ଭୁବନେଶ୍ୱର ରସୁଲଗଡ଼ ସତ୍ୟବିହାର ୟୁନିଟ୍ ୩୮ସ୍ଥିତ ବାସଭବନ, ଚନ୍ଦ୍ରଖେଶରପୁର ଓଏଷ୍ଟର ଆପାର୍ଟମେଣ୍ଟ, ଭଦ୍ରକ ଟାଉନ୍‌ ଜଗନ୍ନାଥପୁର ସ୍ଥିତ ଦୁଇ ମହଲା କୋଠାରେ ରେଡ୍‌ ଚାଲିଛି। କଟକ ବାରବାଟୀ ଷ୍ଟାଡିୟମ୍ ପରିସରରେ ଥିବା ଅଫିସ, ଆଗରପଡ଼ାରେ ଥିବା ପୈତୃକ ଘର, ଭଦ୍ରକ ରନ୍ଧିଆସଣ ସ୍ଥିତ ଘରେ ଚଢାଉ ଚାଲିଛି। ସେହିପରି ଯାଜପୁର, ଖୋର୍ଦ୍ଧା, କଟକରେ ଥିବା ପ୍ଲଟରେ ମଧ୍ୟ ଚଢାଉ ଚାଲିଛି । ଯାଜପୁର ଟାଉନ ଓ ଭୁବନେଶ୍ବର ଶାସ୍ତ୍ରୀନଗରରେ ଥିବା ଘର ସମେତ ନୟାପଲ୍ଲୀରେ ଥିବା ପୁଅର ମେଡିସିନ୍ ଦୋକାନରେ ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍।

Post Views42 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!