ମୋ କ୍ୟାରିୟର’ ୱେବ ସାଇଟ ଲୋକାର୍ପିତ

ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟରେ ଅପାର ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ଅନୁକୂଳ ଶିଳ୍ପ ନୀତି ଦେଶବିଦେଶର ନିବେଶକଙ୍କୁ ଆକୃଷ୍ଟ କରୁଛି। ପାରମ୍ପରିକ ଶିଳ୍ପ ସହିତ ଆଇଟି, ତତ୍ ସଂକ୍ରାନ୍ତୀୟ କ୍ଷେତ୍ର, ମାନୁଫାକ୍ଚରିଂ, ଲଜିଷ୍ଟିକ୍ସ, ଯୋଗାଣ ଶୃଙ୍ଖଳ ଓ ସେବା କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ସମ୍ଭାବନା ରହିଛି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି।

ଭୁବନେଶ୍ବରରେ ଅନୁଷ୍ଠିତ ଦୁଇଦିନିଆ ‘ନୂଆ ଓଡ଼ିଶା ବିଶ୍ବ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ରେ ସେ କହିଛନ୍ତି ଯେ ଆଗାମୀ କାଲିର ଶିଳ୍ପ ଓ ବିଭିନ୍ନ କ୍ଷେତ୍ର ଲାଗି ମାନବ ସମ୍ବଳ ଆବଶ୍ୟକତା ରହିଛି। ସେମାନଙ୍କୁ ଏବେଠାରୁ ପ୍ରସ୍ତୁତ କରିବାକୁ ରାଜ୍ୟ ପ୍ରସ୍ତୁତ ହେଉଛି। ଏହି ସମ୍ମିଳନୀ ସେଥିପାଇଁ ମାର୍ଗଦର୍ଶନ କରିବ।

ଲଗାତାର ଅଭିବୃଦ୍ଧି ସହ ଓଡ଼ିଶାରେ ରୂପାନ୍ତରଣର ଏକ ନୂଆ ଚିତ୍ର ସ୍ପଷ୍ଟ ହୋଇଛି। ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ଆଗଧାଡ଼ିର ରାଜ୍ୟ ଭାବେ ପରିଚୟ ହାସଲ କରିଥିବା ସେ କହିଛନ୍ତି। ଶିଳ୍ପ ଜଗତ, ଦକ୍ଷତା ବିକାଶ ଓ ମାନବ ସମ୍ବଳ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଯୋଗଦେଇଥିଲେ।

Post Views77 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!