ସଞ୍ଚୟ ଉତ୍ସବ ଭାବେ ପାଳନ କରିବାକୁ ପିଏମ୍‌ଙ୍କ ଆହ୍ବାନ

ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । GST ସଂସ୍କାର ନେଇ ଦେଲେ ବଡ଼ ସୂଚନା । ସଞ୍ଚୟ ଉତ୍ସବ ଭାବେ ପାଳନ କରିବାକୁ ପିଏମ୍‌ଙ୍କ ଆହ୍ବାନ ।

ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, GST ସଂସ୍କାର ନେଇ ଦେଲେ ବଡ଼ ସୂଚନା। କାଲିଠାରୁ ଗରିବ ଓ ମଧ୍ୟମ ବର୍ଗ ଲୋକେ ଉପକୃତ ହେବେ । ସବୁ ବର୍ଗର ଲୋକେ GST ସଂସ୍କାର ଦ୍ବାରା ଉପକୃତ ହେବେ । ଏହା ଭାରତର ବିକାଶକୁ ଆହୁରି ଅଧିକ ତ୍ବରାନ୍ବିତ କରିବ । ୨୦୧୭ରେ ପ୍ରଥମ କରି GST ଲାଗୁ କରାଯାଇଥିଲା । ପୂର୍ବରୁ ଭିନ୍ନ ଭିନ୍ନ ଟ୍ୟାକ୍ସକୁ ନେଇ ଲୋକେ ହନ୍ତସନ୍ତ ହେଉଥିଲେ । ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଗରିବ ଲୋକଙ୍କୁ ପୂର୍ବରୁ ଅଧିକ ଟିକସ ଦେବାକୁ ପଡ଼ୁଥିଲା । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ GST ପାଇଁ ସଂକଳ୍ପ କରିଥିଲି
। ଆଜି ସବୁ ରାଜ୍ୟକୁ ସାଥିରେ ନେଇ GST ସଂସ୍କାର ସମ୍ଭବ ହୋଇଛି
। ଗୋଟିଏ ଦେଶ ଗୋଟିଏ ଟିକସ ବ୍ୟବସ୍ଥା ଆପଣାଯାଇ ପାରିଛି
। ଭବିଷ୍ୟତକୁ ଆଖିରେ ରଖି ଏହି ସଂଶୋଧନ କରାଯାଇଛି
। କେବଳ ୫% ଓ ୧୮% ଟିକସ ବ୍ୟବସ୍ଥା ରଖି ଅନ୍ୟ ସ୍ଲାବ ଉଠିଛି । ବର୍ତ୍ତମାନ ୯୯ ପ୍ରତିଶତ ସାମଗ୍ରୀ ୫% ଟିକସ ପରିସରକୁ ଆସିଛି ।

୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ ମଧ୍ୟ କରାଯାଇଛି । GST ସଂସ୍କାରରୁ ଘର ନିର୍ମାଣ, ଗାଡ଼ି କିଣିବା, ବୁଲାବୁଲି ଖର୍ଚ୍ଚ କମିବ । ଛୋଟ ଛୋଟ ଦୋକାନୀ ମଧ୍ୟ ଏଥିରୁ ବେଶି ଉପକୃତ ହେବେ । ଆୟକର କମିବା ଓ GST ସଂସ୍କାର ଦ୍ବାରା ଅଢ଼େଇ ଲକ୍ଷ କୋଟି ଫାଇଦା । ସାଧାରଣ ବର୍ଗର ଲୋକେ ଅଢ଼େଇ ଲକ୍ଷ କୋଟି ଫାଇଦା ନେବେ। ଲଘୁ ଓ କୁଟିର ଉଦ୍ୟୋଗକୁ ମଧ୍ୟ ଡବଲ ଫାଇଦା ହେବ । ବିଦେଶୀ ସାମଗ୍ରୀରୁ ଆମକୁ ମୁକ୍ତି ପାଇବାକୁ ପଡ଼ିବ। ସବୁ ଘରକୁ ସ୍ବଦେଶୀର ପ୍ରତୀକ ବନାଇବାକୁ ପଡ଼ିବ । ଗର୍ବରେ କହିବା ଆମେ ସ୍ବେଦେଶୀ ସାମଗ୍ରୀ କ୍ରୟ କରୁଛୁ । ପ୍ରତି ରାଜ୍ୟ ନିବେଶ ପାଇଁ ରାସ୍ତା ଉନ୍ମୁକ୍ତ କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Post Views57 Total Count

Apply Now


This will close in 0 seconds

error: Content is protected !!