ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ

ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି। ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ଭୋଟ୍ ହେବ। ଏଥିପାଇଁ ମାର୍ଚ୍ଚ ୫ ତାରିଖ ଯାଏ ନାମାଙ୍କନ ଦାଖଲ ରହିଛି।

୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ମାର୍ଚ୍ଚ ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ସେହିପରି ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ ହେବ। ଅପରାହ୍ଣରେ ଭୋଟ୍ ଗଣତି ହେବ।ଏପ୍ରିଲରେ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ଖାଲି ହେବ। ଏବେ ସବୁ ଦଳର ନଜର ରାଜ୍ୟସଭା ସମ୍ଭାବ୍ୟ ପ୍ରାର୍ଥୀଙ୍କ ଉପରେ। ସଂଖ୍ୟା ଥାଉ କି ନଥାଉ, ସବୁ ଦଳ ଏହି ରେସରେ ଧାଇଁଲେଣି।

ଓଡ଼ିଶାରୁ ରାଜ୍ୟସଭା ପାଇଁ ବିଜେପି କାହାକୁ ପ୍ରାର୍ଥୀ କରିବ, ତାହା ଦଳର କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ। ଗତ ରବିବାର ପାର୍ଟି କାର୍ଯ୍ୟାଳୟରେ ବିଜେପିର କୋର କମିଟି ବୈଠକ ବସିଥିଲା । ସେଥିରେ ରାଜ୍ୟସଭାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

Post Views23 Total Count

Apply Now


This will close in 0 seconds

error: Content is protected !!