ମୁନ୍ ମିଶନରେ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ । ଆହୁରି ନିକଟତର ହେବ ଚନ୍ଦ୍ରଯାନ । ଆଜି ଚନ୍ଦ୍ର କକ୍ଷପଥରେ ପହଞ୍ଚିବ ଚନ୍ଦ୍ରଯାନ-୩ । ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନ ଦୁଇ ତୃତୀୟାଂଶ ଦୂର ଅତିକ୍ରମ କରିସାରିଲାଣି । ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ ଉତକ୍ଷେପଣ କରାଯାଇଥିବାବେଳେ ୨୨ତମ ଦିନରେ ଚନ୍ଦ୍ରଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ । ଆଜି ସନ୍ଧ୍ୟା ୭ଟାରେ ଲୁନାର ଅରବିଟ ଇଞ୍ଜେକସନ ବା ଏଲଓଆଇ ସଂଗଠିତ ହେବ ଏବଂ ଚନ୍ଦ୍ରର ଅତି ନିକଟତର ପଏଣ୍ଟରେ ଏହା ଘଟିବ ବୋଲି କହିଛି ଇସ୍ରୋ । ଇସ୍ରୋ ପକ୍ଷରୁ କୁହାଯାଇଛି- ଭାରତର ତୃତୀୟ ଚନ୍ଦ୍ର ଅଭିଯାନ ସାଧାରଣ ରହିଛି ଏବଂ ଆସନ୍ତା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ସଫ୍ଟଲ୍ୟାଣ୍ଡିଂ କରିବା ଆଶା ରହିଛି । ଆସନ୍ତା ୧୭ଦିନ ଚନ୍ଦ୍ରୟାନ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ।
Related Posts
ପ୍ରଶାନ୍ତ କୁମାର ଶତପଥୀଙ୍କ ପତ୍ନୀ ଓ ପୁଅକୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ଆଜି ଜମ୍ମୁ-କାଶ୍ମୀରର ପହଲଗାମ୍କୁ ବୁଲିବାକୁ ଯାଇଥିବା ବେଳେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା…
ଫେମିନା ମିସ୍ ଇଣ୍ଡିଆ ୱର୍ଲଡ୍ ଟାଇଟଲ ଜିତିଲେ ନିକିତା ପୋଡ଼ୱାଲ
ଫେମିନା ମିସ୍ ଇଣ୍ଡିଆ ୱର୍ଲଡ୍-୨୦୨୪ ଟାଇଟଲ ଜିତିଛନ୍ତି ମଧ୍ୟପ୍ରଦେଶର ନିକିତା ପୋଡ଼ୱାଲ । ପରବର୍ତ୍ତୀ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ସେ…
ସୁନାର ଚା’ ପିଇଛନ୍ତି କି? କେଉଁଠି ମିଳେ ଜାଣନ୍ତୁ
ଅନେକ ଲୋକ ଅଛନ୍ତି ଚା ପ୍ରେମୀ। ସକାଳୁ ଟିକେ ଚା ନମିଳିଲେ ସେମାନଙ୍କ ଦିନ ଯେମିତି ଆରମ୍ଭ ହୁଏନି। ଚା…

