ରିଲିଜ ହେଲା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଅପକମିଂ ଫିଲ୍ମ ଜେଲରର୍ ଟ୍ରେଲର୍ । ଫିଲ୍ମରେ ରଜନୀକାନ୍ତଙ୍କ ଦମଦାର ଆକ୍ସନ ଦେଖିବାକୁ ପାଇବେ ଦର୍ଶକ ।ଜେଲରେ ରଜନୀକାନ୍ତ ଭିନ୍ନ ଅନ୍ଦାଜରେ ନଜର ଆସିବେ । ଫିଲ୍ମଟି ଜଣେ ଗ୍ୟାଙ୍ଗଷ୍ଟାର ଓ ଜେଲରଙ୍କ ଉପରେ ଆଧାରିତ । ଏଥିରେ ଆକ୍ଟର ଜ୍ୟାକି ଶ୍ରଫ୍ ଭିଲେନ କ୍ୟାରେକ୍ଟରରେ ନଜର ଆସିବାକୁ ଯାଉଛନ୍ତି । ଏହାସହ ସାଉଥ ବିୟୁଟି ତମନ୍ନାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଜେଲରେ ଆସନ୍ତା ଅଗଷ୍ଟ ୧୦ରେ ପରଦାରେ ରିଲିଜ ହେବାକୁ ଯାଉଛି । ଫ୍ୟାନ ଟ୍ରେଲରକୁ ପସନ୍ଦ କରିଛନ୍ତି ଏବେ ରିଲିଜ ଡେଟ୍କୁ ଅପେକ୍ଷା ।

