ମଣିପୁରରେ ଲିଭୁନି ନିଆଁ

ଥମିବାରେ ନାଁ ଧରୁନି ମଣିପୁର ହିଂସା । ଏବେ ବି ହିଂସାର ନିଆଁରେ ଜଳୁଛି ମଣିପୁର । ବିଷ୍ଣୁପୁରରେ ଏକ ସିକ୍ୟୁରିଟି ପୋଷ୍ଟ ଉପରେ ଆକ୍ରମଣ କରି ଅଟୋମେଟିକ ବନ୍ଧୁକ, ଗୁଳି ଓ ଅସ୍ତ୍ରଶସ୍ତ୍ର ଲୁଟ କରିଛନ୍ତି ଦୁର୍ବୃତ୍ତ । ମୈତେଇ ସମ୍ପ୍ରଦାୟର ୩ ଜଣଙ୍କୁ ହତ୍ୟା କରାଯାଇଛି । ବିଷ୍ଣୁପୁର ଓ ଚୁରାଚାନ୍ଦପୁର ଜିଲ୍ଲା ସୀମା ଅନ୍ତର୍ଗତ ଫୋଗୁକାଚାଓ ଇଖାଇରେ ପ୍ରାୟ ୬୦୦ ଲୋକ ଏକତ୍ରିତ ହୋଇଥିବାବେଳେ ସେମାନଙ୍କ ଉପରକୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିବା ସୂଚନା ମିଳିଛି । ଘଟଣାରେ ୨୫ ଜଣ ଆହତ ହୋଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ୧୨୯ଟି ଚେକ୍ ପଏଣ୍ଟ ପ୍ରତିଷ୍ଠା କରାଯାଇଥିବାବେଳେ ୧ ହଜାର ୪୭ ଲୋକଙ୍କୁ ଅଟକ ରଖାଯାଇଛି । କୁକି ଓ ମୈତେଇ ସମୁଦାୟ ଭିତରେ ହିଂସା ଚାଲିଥିବା ବେଳେ ତିନି ମାସ ପରେ ବି ସ୍ଥିତିରେ ସୁଧାର ଆସିନାହିଁ । ସୀମାନ୍ତରେ ସ୍ନାଇପର ଏବଂ କମାଣ୍ଡୋ ନିୟୋଜିତ ହୋଇଛନ୍ତି।

 

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!