ଅପାର୍ଟମେଣ୍ଟ ଓ ଜମି କିଣାବିକା ନେଇ ଆସିଲା ଏହି ସବୁ ନୂଆ ଅପଡେଟ୍ !

ନୀତି ନିୟମ ଅନୁସାରେ ସହରୀ ବିକାଶ କରିବା ପାଇଁ ୨୦୧୬ରେ ଆସିଲା ରେରା ଆଇନ। ୨୦୧୭ରୁ ଓଡ଼ିଶାରେ ଏହା କାର୍ଯ୍ୟକ୍ଷମ ହେବା ପରଠାରୁ ଶହ ଶହ ମାମଲା ବିଚରାଧୀନ ରହିଛି। ଆପାର୍ଟମେଣ୍ଟ କିଣାବିକାରେ ହେରଫେର ହେଉ କି ପ୍ଲଟେଡ଼ ସ୍କିମରେ ଘୋଟାଲା। ଏସବୁ ଏବେ ରେରା ଅଧିନରେ ଆସୁଥିବାରୁ ମାମଲା ସଂଖ୍ୟା ବଢିଚାଲିଛି। କୋର୍ଟର ଚାପ ସହିତ ମାମଲା ସଂଖ୍ୟା କମାଇବା ପରେ ଏବେ ଖୋଲିଲା ଆପୋସ ବୁଝାମଣା କେନ୍ଦ୍ର। କୌଣସି ମାମଲା କୋର୍ଟରେ ବିଚାର ହେବା ପୂର୍ବରୁ ଉଭୟ ପକ୍ଷଙ୍କ ସହମତିରେ ବୁଝାମଣା ପାଇଁ ପ୍ରୟାସ କରାଯିବ। ସିଡ଼ିଆର୍ ସେଲ୍ ଖୋଲିବାକୁ ରେରା କର୍ତ୍ତୃପକ୍ଷ ବିଜ୍ଞପ୍ତି କରିଛନ୍ତି।

ରେରା କୋର୍ଟରେ ଖୋଲିଲା ସିଡ଼ିଆର୍ ସେଲ୍। ମାମଲା ନ୍ୟାୟିକ ପ୍ରକିୟାକୁ ଯିବା ପୂର୍ବରୁ ମିଳିବ ଆପୋସ ବୁଝାମଣାର ସୁଯୋଗ। ସହରକୁ ସରସ ସୁନ୍ଦର ଓ ଯୋଜନା ମୁତାବକ ଗଢି ତୋଳିବା ପାଇଁ ୨୦୧୬ରେ ଆସିଲା ରିଏଲ ଇଷ୍ଟେଟ ରେଗୁଲେଟୋରୀ ଆକ୍ଟ ବା ରେରା ଆଇନ। ୨୦୧୭ରେ ଓଡ଼ିଶାରେ ଏହା କାର୍ଯ୍ୟକାରୀ ହେଲା। ଓଡ଼ିଶା ରିଏଲ ଇଷ୍ଟେଟ ରେଗୁଲେଟୋରୀ ଅଥରିଟି ଏବଂ ଆପିଲେଟ ଟ୍ରିବ୍ୟୁନାଲ କାର୍ଯ୍ୟକ୍ଷମ ହେଲା। ଆପାର୍ଟମେଣ୍ଟ କିଣାବିକାରେ ଜାଲିଆତି, କ୍ରେତାଙ୍କୁ ବିଲଡ଼ର ଠକିବା, ଠିକ୍ ସମୟରେ ଘର ନ ମିଳିବା, ଘର ମିଳିବା ପରେ ଆବଶ୍ୟକୀୟ କାଗଜପତ୍ର ନମିଳିବା, ପ୍ଲଟେଡ଼ ସ୍କିମରେ ଘୋଟାଲା ଭଳି ପ୍ରସଙ୍ଗ ରେରା ଆଇନ ପରିସରଭୁକ୍ତ ହୋଇଥିବାରୁ ମାମଲା ସଂଖ୍ୟା ବଢିଚାଲିଛି।କୌଣସି କାରଣରୁ କ୍ରେତା ଅସନ୍ତୁଷ୍ଟ ହୋଇ କୋର୍ଟଙ୍କ ଦ୍ବାରସ୍ଥ ହେଉଥିବାରୁ ସମ୍ପୂର୍ଣ୍ଣ ପ୍ରକଳ୍ପ ଉପରେ ରହିତାଦେଶ ଲାଗୁଛି। ଏହାଦ୍ବାରା ଅନ୍ୟ ହିତାଧିକାରୀମାନେ ମଧ୍ୟ ହଇରାଣ ହେଉଛନ୍ତି। ରେରା ପକ୍ଷରୁ ଗ୍ରାହକ ଅଭିଯୋଗ ସମାଧାନ କେନ୍ଦ୍ର ପାଇଁ ବିଜ୍ଞପ୍ତିକୁ କ୍ରେଡ଼ାଇ ସ୍ବାଗତ କରିଛି।…

ଆସନ୍ତୁ ଜାଣିବା CDR କ’ଣ ଓ ଏହା କେମିତି କାର୍ଯ୍ୟ କରିବ ? ମାମଲା ନ୍ୟାୟିକ ପ୍ରକ୍ରିୟାକୁ ଯିବା ପୂର୍ବରୁ ବିକଳ୍ପ ପନ୍ଥା ଭାବେ ବିବାଦର ସମାଧାନ ଲାଗି CDR ଗଠନର ମୁଖ୍ୟ ଉଦ୍ଦେଶ୍ୟ।ରେରା କୋର୍ଟକୁ କୌଣସି ମାମଲା ଆସିଲେ ଏହା CDRକୁ ଯିବା ଯୋଗ୍ୟ କି ନାହିଁ ତାହା କର୍ତ୍ତୃପକ୍ଷ ସ୍ଥିର କରିବେ। CDRକୁ ମାମଲା ଯିବା ପାଇଁ ୫୦୦ଟଙ୍କା ଜମା କରିବାକୁ ପଡ଼ିବ। ବିକଳ୍ପ ରାସ୍ତାରେ ଉଭୟ ପକ୍ଷର ସହମତିରେ ମାମଲାର ସମାଧାନ ହେଲେ ଏହାକୁ କୋର୍ଟ ଗ୍ରହଣ କରିବେ।ଯଦି CDRରେ କୌଣସି ପକ୍ଷ ଅସନ୍ତୁଷ୍ଟ ହୁଅନ୍ତି ତାହାଲେ ଏହା ନ୍ୟାୟିକ ପ୍ରକ୍ରିୟାକୁ ବିଚାର ପାଇଁ ଯିବ। ୨୦୨୩ରେ ଜାତୀୟ ମଧ୍ୟସ୍ଥତା ଆଇନ ଆସିଥିଲା। ବିଳମ୍ବରେ ହେଲେ ବି ରେରା ଏହାକୁ ଗୁରୁତ୍ବ ଦେଇଥିବାରୁ ରିଏଲ ଇଷ୍ଟେଟ କ୍ଷେତ୍ରରେ କାମ କରୁଥିବା ଆଇନଜୀବି ଏହାକୁ ସ୍ବାଗତ କରିଛନ୍ତି। କଟକ, ଭୁବନେଶ୍ବର, ସମ୍ବଲପୁର, ରାଉରକେଲା ଭଳି ବଡ଼ ସହରରେ ରିଏଲ ଇଷ୍ଟେଟ ମାମଲା ବଢିଚାଲୁଥିବା ବେଳେ ସହର ଉପକଣ୍ଠରେ ପ୍ଲଟେଡ଼ ସ୍କିମକୁ ନେଇ ମଧ୍ୟ ବିବାଦ ବଢିଚାଲିଛି।

Post Views12 Total Count

Apply Now


This will close in 0 seconds

error: Content is protected !!