ଯୋଗୀ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଯଦି ଜଣେ ବ୍ୟକ୍ତିକୁ ପ୍ରଥମ ଥର କୁକୁର କାମୁଡ଼ିଥାଏ ତାହେଲେ ସେହି କୁକୁରକୁ ୧୦ ଦିନର ଦଣ୍ଡ ଦିଆଯିବ । ଏହି ସମୟରେ କାମୁଡ଼ିବା କୁକୁରକୁ ଏନିମାଲ ବର୍ଥ କଣ୍ଟ୍ରୋଲ ସେଣ୍ଟରରେ ରଖାଯିବ । ଏହା ପରେ କୁକୁରର ଶରୀରରେ ମାଇକ୍ରୋଚିପ୍ ଲଗାଯାଇ ଛଡାଯିବ । ମାଇକ୍ରୋଚିପ୍ ଲାଗିବା ପରେ କୁକୁର ଉପରେ ନଜ ରଖାଯିବ ।
ଯଦି ସେହି କୁକୁର ଦ୍ୱିତୀୟ ଥର କାହାକୁ କାମୁଡ଼ିବ ତେବେ ତିନି ଜଣିଆ ଟିମ୍ ଏହାର ତଦନ୍ତ କରିବ । ତଦନ୍ତ ଟିମ୍ରେ ପଶୁଧନ ଅଧିକାରୀ, ସ୍ଥାନୀୟ ନିଗମର ପ୍ରତିନିଧି ଏବଂ ଏସପିସିଏର ସଦସ୍ୟ ରହିବେ । ଏହାପରେ ଜଣାପଡ଼ିବ କାହିଁକି କାମୁଡ଼ିଲା କୁକୁର ।
କେବଳ ୟୁପିରେ ନୁହେଁ ବରଂ ଓଡ଼ିଶାରେ ବି ବୁଲା କୁକୁରଙ୍କ ଆତଙ୍କ ବଢ଼ିବାରେ ଲାଗିଛି । କେତେବେଳେ ରାସ୍ତାରେ କୁକୁରଙ୍କ ପାଇଁ ଦୁର୍ଘଟଣା ହେଉଛି ସତ ଆଉ କେତେବେଳେ ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡ଼ିଛି । ଏହାରି ଭିତରେ ବିଏମ୍ସି କୁକୁର ଗଣନା ଆରମ୍ଭ କରିଛି । ତେବେ ୟୁପି ପରି ଓଡ଼ିଶାରେ ବି ନିୟମ ହେଉ ବୋଲି ସାଧାରଣରେ ଦାବି ହେଉଛି । ଅବଶ୍ୟ ଏନେଇ ସରକାର କୌଣସି ପ୍ରତିକ୍ରିୟା ରଖିନାହାନ୍ତି କିନ୍ତୁ ୟୁପି ସରକାରଙ୍କ ନିର୍ଦ୍ଦେଶକୁ ନେଇ ଚର୍ଚ୍ଚା ଚାଲିଛି ।

