ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଓ୍ବାହିଦା ରେହମାନ ପାଇଲେ ଦାଦା ସାହେବ ଫାଲକେ ସମ୍ମାନ । ସିନେମା ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ଓ୍ବାହିଦାଙ୍କୁ ମିଳିଛି ସମ୍ମାନ ।୫୦ ବର୍ଷରୁ ଅଧିକ କ୍ୟାରିୟରରେ ୯୦ରୁ ଅଧିକ ଫିଲ୍ମ କରିଛନ୍ତି ଓ୍ବାହିଦା ରେହେମାନ୍ । ବଲିଉଡ୍ ସିନେମାରେ ଜୀବନବ୍ୟାପି ସାଧନା ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି । ଦିଲ୍ଲୀର ବିଜ୍ଞାନ ଭବନରେ ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ୍ବାହିଦାଙ୍କୁ ପୁରସ୍କାରରେ ସମ୍ନାମିକ କରିଛନ୍ତି । ପୂର୍ବରୁ ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି । ଭାରତୀୟ ସିନେମାକୁ ତାଙ୍କ ଅବଦାନ ଅତୁଳନୀୟ । ପେଶାରେ ସେ ନର୍ତ୍ତକୀ ଭାବେ ମଧ୍ୟ ସେ ଖୁବ୍ ଜଣାଶୁଣା । ଚମତ୍କାର ଅଭିନୟ ପାଇଁ ଥରେ ଜାତୀୟ ଫିଲ୍ମ ସମ୍ମାନ ଓ ତିନିଥର ଫିଲ୍ମ ଫେୟାର ସମ୍ମାନ ମିଳିଛି । ତେଲୁଗୁ ଫିଲ୍ମ ରୋଜୁଲୁ ମରାୟୀରେ ୧୯୫୫ରେ ଡେବ୍ୟୁ କରିଥିଲେ । ୮୫ ବର୍ଷ ବୟସରେ ଏବେ ବି ସେ ପରଦାରେ ସକ୍ରିୟ ଅଛନ୍ତି ।

