ଆଜି ବିଜେପିରେ ଯୋଗ ଦେଲେ ପ୍ରଭାତ ରଞ୍ଜନ ବିଶ୍ୱାଳ

ବିଜେଡିର ବରିଷ୍ଠ ନେତା ତଥା ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଆଜି ବିଜେପିରେ ଯୋଗ ଦେଇଛନ୍ତି । ସେ ତାଙ୍କ ସାଥୀ ଓ ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଂଚି, ଗେରୁଆ ଟୋପି ପିନ୍ଧିବା ସହ ବିଧିବଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ତାଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଭବ୍ୟ ସ୍ୱାଗତ କରାଯାଇଥିଲା । ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । କିଛିମାସ ତଳେ ଦଳ ବିରୋଧୀ କାମ ପାଇଁ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଥିଲା ।

ଏହାପରେ ରାଜ୍ୟସଭା ନିର୍ବାଚନ ବେଳେ ପ୍ରଭାତ ବିଶ୍ୱାଳ ଓ ତାଙ୍କ ବିଧାୟକ ପୁଅ ସୌଭିକ ବିଶ୍ୱାଳ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ ଖୋଲା ଖୋଲି ଏକ ମୋର୍ଚ୍ଚା ଆରମ୍ଭ କରିଥିଲେ ।

ଏହାସହ ବିଧାୟକ ସୌଭିକ ବିଶ୍ୱାଳ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ । ଏସବୁ ଭିତରେ ପ୍ରଭାତ ବିଶ୍ୱାଳ ଆଜି ବିଜେପିରେ ଯୋଗ ଦେଇଛନ୍ତି ।
ସେପଟେ ପ୍ରଭାତ ବିଜେପିରେ ଯୋଗ ଦେବା ପରେ କଟକରେ ବିଜେଡି ରାଜନୀତି ଏବେ ନେତାଶୂନ୍ୟ ହେବା ଭଳି ଲାଗୁଛି ।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!