ଆରମ୍ଭ ହେବାକୁ ଯାଉଛି ବଡ଼ ମିଶନ । ଚନ୍ଦ୍ରକୁ ମନୁଷ୍ୟ ପଠାଇବ ଇସ୍ରୋ । ଇସ୍ରୋ ବୈଜ୍ଞାନିକଙ୍କ ସହ ମଙ୍ଗଳବାର ଏକ ବୈଠକ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଗଗନାୟନ ଅଭିଯାନର ସମୀକ୍ଷା କରିଛନ୍ତି। ‘କୁ ଏସ୍କେପ ସିଷ୍ଟମ’ର ପରୀକ୍ଷଣ ବିଷୟରେ ପଚାରି ବୁଝିଛନ୍ତି । ଶୁକ୍ର ଅର୍କିଟର ଅଭିଯାନ ଏବଂ ମଙ୍ଗଳ ଲ୍ୟାଣ୍ଡର ଉପରେ କାମ କରିବା ପାଇଁ ବୈଜ୍ଞାନିକଙ୍କୁ କହିଛନ୍ତି । ପିଏମ୍ଓ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଅକ୍ଷତାରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ମହାକାଶ ବିଭାଗର ବିସ୍ତୃତ ସମୀକ୍ଷା କରାଯାଇଥିଲା | ହ୍ୟୁମାନ ରେଟେଡ ଲଞ୍ଚ ସହିତ ତିନୋଟି ମାନବ ବିହୀନ ଅଭିଯାନ ହେବ। ଏହା ପୂର୍ବରୁ ୨୦ଟି ପ୍ରମୁଖ ପରୀକ୍ଷଣ କରାଯିବ। ଏହି ବୈଠକରେ ଭାରତ ଏବେ ନୂଆ ମହତ୍ତ୍ୱକାଂକ୍ଷା ଲକ୍ଷ୍ୟ ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
Related Posts
ସିକନ୍ଦରାବାଦ୍-ସାଲିମାର୍ ସୁପରଫାଷ୍ଟ ଏକ୍ସପ୍ରେସ ଲାଇନ୍ଚ୍ୟୁତ୍
ଆଜି ସକାଳେ ପଶ୍ଚିମବଙ୍ଗର ହାୱଡ଼ା ନିକଟରେ ସିକନ୍ଦରାବାଦ୍-ସାଲିମାର୍ ସୁପରଫାଷ୍ଟ ଏକ୍ସପ୍ରେସର ୩ଟି କୋଚ୍ ଲାଇନ୍ଚ୍ୟୁତ୍ ହୋଇଛି। ଏହି ସାପ୍ତାହିକ ସ୍ବତନ୍ତ୍ର…
ଖୁବ୍ ଶୀଘ୍ର ଆସିବ ୧୦୦ ଓ ୨୦୦ ଟଙ୍କିଆ ନୂଆ ନୋଟ୍
ଆସିବ ୧୦୦ ଏବଂ ୨୦୦ ଟଙ୍କିଆ ନୂଆ ନୋଟ୍। ଏନେଇ ବଡ଼ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ତେବେ…
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ, ଗୁରୁବାର ହେବ ଶପଥ ଗ୍ରହଣ
ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର । ସେ ବୁଧବାର ରାଜଭବନ ଯାଇ ରାଜ୍ୟପାଳ ଆରିଫ ମହମ୍ମଦ…

