ଅକ୍ଟୋବର ୨୯ରୁ ଭୁବନେଶ୍ବରରୁ ଗୌହାଟୀକୁ ସିଧାଳଖ ଉଡିବ ଫ୍ଲାଇଟ୍ । ସପ୍ତାହକୁ ୭ ଦିନ ଇଣ୍ଡିଗୋ ଯୋଗାଇବ ବିମାନସେବା । ମାତ୍ର ଦେଢ଼ ଘଣ୍ଟାରେ ପହଞ୍ଚିବେ ଯାତ୍ରୀ । ଏପରି ହେଲେ ପର୍ଯ୍ୟଟନର ବିକାଶ ହେବ । ପୂର୍ବରୁ ଗୌହାଟୀକୁ ଭୁବନେଶ୍ବରରୁ କୋଲକାତା ଦେଇ ଯିବାକୁ ପଡୁଥିଲା । ସିଧା ବିମାନ ଉଡ଼ିଲେ ସମୟ ଓ ଖର୍ଚ୍ଚ କମିବ । ଆଗକୁ ଜାମ୍ମୁ, ଚଣ୍ଡୀଗଡ଼ ଏବଂ ସୁରତକୁ ସିଧାସଳଖ ଉଡ଼ିବ ବିମାନ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଚାହିଦା ଦେଖି ଅନ୍ୟ ସ୍ଥାନକୁ ବିମାନସେବା ଆରମ୍ଭ ହେବ । ପୂର୍ବରୁ ଭୁବନେଶ୍ବର ସହ ୨୦ଟି ସ୍ଥାନ ସିଧା ଯୋଡ଼ି ହୋଇଥିବା ବେଳେ ଗୌହାଟୀ ୨୧ତମ ସ୍ଥାନ ହେବ ।

